No Result
View All Result
ବିଭାଗୀୟ ମନ୍ତ୍ରୀ,ଜିଲ୍ଲାପାଳ, ବିଡ଼ିଓ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବୃଦ୍ଧା ହେମ ଙ୍କୁ ଆବାସ ଯୋଜନା ପ୍ରଦାନ ପାଇଁ ବ୍ୟବସ୍ଥା କରାଇବା ସହିତ ଅସାଧୁ ଅଧିକାରୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଦାବୀ
ଓଡ଼ିଶା ତାଜା ନ୍ୟୁଜ୍ (୨୨ ସେପ୍ଟେମ୍ୱର ବୁଧବାର ) ନୂଆଗାଁ :- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଆଦିବାସୀ ଲୋକ ମାନଙ୍କୁ ଆବାସ ଯୋଜନା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଆଦିବାସୀ ବୃଦ୍ଧ ବୃଦ୍ଧା ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ସୀମା ଗ୍ରାମର ବୃଦ୍ଧା ହେମ ବେୱା ଙ୍କ ଠାରେ ଦେଖିବାକୁ ମିଳିଛି । ବହୁ ଦୁଃଖ କଷ୍ଟରେ ମିଳୁଥିବା ଭତ୍ତା ଓ ଚାଉଳ ପାଇ ଝାଟି ମାଟି ଘରେ ଜୀବନ ଅତିବାହିତ କରୁଛନ୍ତି। ଗୃହ ରେ ରହିଲେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଏ । ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି ।ରାତ୍ର ଯାପନ ପାଇଁ ହେମ ପଡୋଶୀ ଘର ଉପରେ ନିର୍ଭର କରିଥାନ୍ତି ।
ଏପରିକି କିଛି ଦିନ ତଳେ ହୋଇଥିବା ଲଘୁଚାପ ବର୍ଷା ରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୃଦ୍ଧା ହେମ । ଏଠି ପ୍ରଶ୍ନ ଉଠୁଛି ନୂଆଗାଁ ବ୍ଲକ୍ ରେ ଆବାସ ଯୋଜନା କାହା ପାଇଁ..? ଛାତ ଘର ଥିବା ଲୋକ ଆବାସ ଗୃହ ପାଉଥିବା ବେଳେ ଝାଟି ମାଟି ଘରେ ଜୀବନ ଅତିବାହିତ କରୁଥିବା ଲୋକ ମାନଙ୍କୁ କାହିଁକି ଆବାସ ଗୃହ ପାଇ ପାରୁ ନାହାନ୍ତି ତାହା ଜନସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟିହୋଇଛି।କିଛି ଅସାଧୁ ଅଧିକାରୀ ମାନଙ୍କ ପାଇଁ ନୂଆଗାଁ ବ୍ଲକ୍ ରେ ଆବାସ ଯୋଜନା ଦିଗହରା ହେଉଥିବା କୋଣ ଅନୁକୋଣରେ ଚର୍ଚ୍ଚା ଚାଲିଛି । ଏହି ସମସ୍ୟା ପ୍ରତି ବିଭାଗୀୟ ମନ୍ତ୍ରୀ,ଜିଲ୍ଲାପାଳ, ବିଡ଼ିଓ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବୃଦ୍ଧା ହେମ ଙ୍କୁ ଆବାସ ଯୋଜନା ପ୍ରଦାନ ପାଇଁ ବ୍ୟବସ୍ଥା କରାଇବା ସହିତ ଅସାଧୁ ଅଧିକାରୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି ।
No Result
View All Result