ମଗରବନ୍ଧ ବାଲିତଇଲା ପ୍ରାଥମିକ ବିଦ୍ୟାଳୟ ନଗ୍ନ ଦୃଷ୍ଟାନ୍ତ : କଂଗ୍ରେସ
ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପ୍ରାଥମିକ ଶିକ୍ଷା ଅଧିକାର ପାଇଁ ଆଜି ଓଡଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ବାଲିସାହୀ ପ୍ରାଥମିକ ବିଦ୍ୟାଳୟ କୁନିକୁନି ଛାତ୍ରଛାତ୍ରୀ ମାନେ ସେମାନଙ୍କର ପିତାମାତାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମକୁ ଶିକ୍ଷକ ଦିଅ ଆମେ ପାଠ ପଢ଼ିବୁ ଦାବୀରେ ଧାରଣା ଦେବା ଭଳି ଅଭାବନୀୟ ଘଟଣାକ୍ରମ ଜିଲ୍ଲାବ୍ୟାପି ଶିକ୍ଷାବ୍ୟବସ୍ଥା କୁ ନେଇ ପ୍ରଶ୍ନଚିହ୍ନ ଲଗାଇଥିବା ଜିଲ୍ଲା କଂଗ୍ରେସ ସଭାପତି

ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଚିନ୍ତା ପ୍ରକଟ କରିଛନ୍ତି l ଆଗକୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ନିର୍ବାଚିତ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବ,















