ଚିଲିକା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚିଲିକା ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ. ପନ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି । ତାଲିମ ଶିବିରକୁ ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ବାରିକାନାଥ ବେହେରା ଶୁଭ ଉଦ୍ଘାଟନ କରି ଶ୍ରୀଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାନକୀ ଦେଈ, ଗଗନ ବିହାରୀ ବେହେରା,ବିଜୟ କୁମାର ବେହେରା, ରେଣୁବାଳା ମହାନ୍ତି, ନର୍ମଦା ମଲ୍ଲିକ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭୟ ମହାରଣା ଉପସ୍ଥିତ ରହିଥିଲେ । ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ବେହେରା ମହୋଦୟ ତାଲିମ ପ୍ରଦାନ କରିଥିଲେ ।
ବି .ଇ.ଓ ସମସ୍ତ ପିଲାମାନଙ୍କର ଚକ୍ଷୁ ଚିକିତ୍ସା କରାଇ ସରକାରୀ ସ୍ତରରେ ମିଳୁଥିବା ଚଷମା ଯୋଗାଇ ଦେବାର ସୁବିଧା କରାଇବାର ଦାୟିତ୍ଵ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚିଲିକା ବ୍ଲକର ସମସ୍ତ ସି.ଆର୍.ସି.ସି,ବି.ଆର୍.ଟି ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପରିଶେଷରେ ସି ଆର୍.ସି କୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।














