No Result
View All Result

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଆଜି ପୂର୍ବାହ୍ନରେ ୱାର୍ଡ ନଂ ୯ ଅନ୍ତର୍ଗତ ପିଟିଏସ ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଯେନା, ପିଟିଏସ ଅଧ୍ୟକ୍ଷ ଭବେଶ କୁମାର ନାୟକ,ଜେ.ଇ ସନାତନ ଭୋଳ, ସାମ୍ବାଦିକ ରାମକୃଷ୍ଣ ରଥ, ୱାର୍ଡ ଇନଚାର୍ଜ ଗଜେନ୍ଦ୍ର ମହାରଣା, କାର୍ଯ୍ୟକ୍ରମ ବିଶେଷଜ୍ଞ ଗୁରୁ ଚରଣ ବେହେରାଙ୍କ ସମେତ ସମସ୍ତ ପିଟିଏସ କର୍ମଚାରୀ ମାନେ ପୁରୁଣା ବଙ୍ଗଳା ନିକଟବର୍ତ୍ତୀ ସ୍ଥାନରେ ୯0ଟି ଆମ୍ବ ଗଛ ରୋପଣ କରିଥିଲେ |

ଏଭଳି ମହତ କାର୍ଯ୍ୟକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ | ଏଭଳି ହାଇବ୍ରିଡ଼ ଆମ୍ବ ଗଛ ରୋପଣ ଦ୍ୱାରା ଆଗାମୀ ୧0 ବର୍ଷରେ ସବୁଜିମାମୟ ହୋଇ ଉଠିବ ଓ ଟ୍ରେନିଂ ସ୍କୁଲ ପରିସର ସଠିକ ରହିବ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ | ପୌର ପରିଷଦ ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ ଚାରା ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଯେନା ଘୋଷଣା କରିଥିଲେ | ପୋଲିସ ଟ୍ରେନିଂ ସ୍କୁଲ କନେଷ୍ଟବଳ -ହାବିଲଦାର ସଙ୍ଘ ସଭାପତି, ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result