କୋରାପୁଟ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିବାରେ କୋରାପୁଟ ପୋଲିସ ସଫଳ ହୋଇଛି। ଏଥିସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ବାଦଲିପାହାଡ଼ ଅଞ୍ଚଳରେ ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଏକ ମାଓବାଦୀ ଡମ୍ପ ଠାବ କରାଯାଇଥିବାବେଳେ ସେଠାରୁ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।















