ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଓ ଆସ୍ଥାନ ବିଜେ ଉଦେଶ୍ୟରେ ପଞ୍ଚଦିନାତ୍ମକ ମହାଜଜ୍ଞ ପାଇଁ ରବିବାର ଅପରାହ୍ନରେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମା ମଣିନାଗ ଦୁର୍ଗା ମନ୍ଦିର ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ହେଉଥିବା

ଏହି ମହାଯଜ୍ଞ ପାଇଁ ଗତ ଶନିବାର ଅଙ୍କୁରାରୋପଣ ହୋଇଥିବା ବେଳେ ରବିବାର ଚମ୍ପତିପୁର ନିକଟସ୍ଥ ମନ୍ଦାକିନୀ ନଦୀ ପଠରେ ଵିଧି ମୁତାବକ କଳସୀ ଗୁଡିକର ପୂଜାର୍ଚନା ପରେ ଶ୍ରଦ୍ଧାଳୁ ମାନେ କଳସୀ ମୁଣ୍ଡାଇ ଘଣ୍ଟ ଓ ନାମ ସଂକୀର୍ତ୍ତନ ପରିବେଶରେ ସେଠାରୁ ବାହାରି ରଣପୁର ବଡଦାଣ୍ଡ ପରିକ୍ରମା କରି ମାଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ l

ମାଙ୍କ ମନ୍ଦିର ମଧ୍ୟରେ ବେଢା ସରିବା ପରେ କଳସୀ ଧରି ମାନେ ଯଜ୍ଞ ମଣ୍ଡପ ପରିକ୍ରମା ସାରି ମଣ୍ଡପ ମଧ୍ୟରେ ସ୍ଥାପନ କରିଥିଲେ l ସୋମବାର ପ୍ରାତଃରେ ଗର୍ଭଧାନ ସରିବା ପରେ ମାଙ୍କ ଯଜ୍ଞ ଆରମ୍ଭ l ମଙ୍ଗଳବାର ମାଙ୍କ ସ୍ନାନ,ଶୟନ ଓ କାଳରାତ୍ରି ପୂଜା ସହ ଆହୁତି ପ୍ରଦାନ l

ବୁଧବାର ମାଙ୍କ ନ୍ୟାସ, ପ୍ରଣପ୍ରତିଷ୍ଠା ଓ ମାଙ୍କ ଗର୍ଭଗୃହ ପ୍ରବେଶ ସହ ଗୋଧୂଳି ସମୟରେ ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ବୁଧବାର ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ଏକ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ସହ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା ହୋଇଥିବା ମନ୍ଦିର କମିଟି ତରଫରୁ ସୂଚନା ମିଳିଛି l