No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ବିଗତ ଦୁଇ ଦଶନ୍ଧି ଧରି ବମ୍ବେରେ କର୍କଟ ରୋଗୀମାନଙ୍କୁ ସେବା ଓ ସହାୟତା ପ୍ରଦାନ କରି ଆସୁଥିବା ଶ୍ରଦ୍ଧା ଫାଉଣ୍ଡେସନ ନୂଆକରି ଭୁବନେଶ୍ୱରରେ ଏକ ସେବା ଆଶ୍ରମ ପ୍ରତିଷ୍ଠା କରିଛନ୍ତି । ଆଜି ପାତ୍ରପଡ଼ା ସ୍ଥିତ ଏମ୍ସନଗରର ଏହା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିମଳ ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ ଶ୍ରଦ୍ଧାଫାଉଣ୍ଡେସନର ଉତରୋତର କାମନା କରିବା ସହ କର୍କଟ ରୋଗୀଙ୍କ ପାଇଁ ସେବାଶ୍ରୟଟିଏ ହୋଇଥିବାରୁ ଫାଉଣ୍ଡେସର କର୍ମକର୍ତାଙ୍କ ଭୂୟସୀ ପ୍ରଶଂସା କରିଥିଲେ ।
ଫାଉଣ୍ଡେସନର ଅଧ୍ୟକ୍ଷ କ୍ୟାପଟେନ କମଳାକାନ୍ତ ଚୌଧୁରୀ ଓ ମେନେଜିଂଟ୍ରଷ୍ଟି ଶ୍ରୀମତୀ ସାଧାନ ଚୌଧୁରୀ ପ୍ରାରମ୍ଭରେ ଏହି ଫାଉଣ୍ଡେସନର ଆଭିମୁଖ୍ୟ ଉଦ୍ଦେଶ୍ୟ ବିବରଣୀ ଉପସ୍ଥାପନ କରିଥିଲେ । କର୍କଟ ରୋଗର ସର୍ବୋତମ ଚିକିତ୍ସା ନିମନ୍ତେ ଦୀର୍ଘ ଦିନରୁ ଓଡ଼ିଶାର ରୋଗୀମାନେ ଟାଟା ମେମୋରିଆଲ ହସପିଟାଲକୁ ଯାଇ ରହିବା ଓ ଯୋଗାଯୋଗର ସୁବିଧା ନିମନ୍ତେ ଶ୍ରଦ୍ଧା ଫାଉଣ୍ଡେସନ ଦୀର୍ଘଦିନରୁ ସହାୟତାର ହାତ ବଢ଼ାଇ ଆସୁଅଛି । ବର୍ତମାନ ଭୁବନେଶ୍ୱରରେ ଏମସ୍ ତଥା ଅନ୍ୟାନ୍ୟ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଖାଇବା ଓ ଡାକ୍ତରଖାନା ସହ ଯୋଗାଯୋଗ କରାଇବା ନିମନ୍ତେ ଶ୍ରଦ୍ଧା ଫାଉଣ୍ଡେସନର ନୂତନ ସେବା ସଂସ୍ଥା ସମର୍ପିତ ହେଲା ।
କ୍ୟାପଟେନ ଚୌଧୁରୀ “ଦାନ ସଂକଳ୍ପ” ପ୍ରଚେଷ୍ଟା ମାଧ୍ୟମରେ ସାଧାରଣ ଲୋକଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସ୍ୱଳ୍ପ ଅର୍ଥ ସହାୟ ପାଇଁ ପ୍ରତିଶ୍ରୁତି ଦେବେବୋଲି ବକ୍ତବ୍ୟରେ ପ୍ରଦାନ କରିଥିଲେ । ଏହି ନୂତନ ଆଶ୍ରୟ ସ୍ଥଳିରେ ୭୦ ଜଣ ରୋଗୀ ଓ ତାଙ୍କର ସହାୟକଙ୍କ ପାଇଁ ରହିବା, ଖାଇବା ଏବଂ ଡାକ୍ତରଖାନ ସହ ଯୋଗାଯୋଗର ସେବା ଦେବା ପାଇଁ ବ୍ୟବସ୍ଥା ରହିଛି । ଭୁବନେଶ୍ୱର ଏହା ଏକ ଅଭିନବ ସଂସ୍ଥା ଏବଂ ଅତ୍ୟନ୍ତ ଉପକାରୀ ଅନୁଷ୍ଠାନ ବୋଲି ଶ୍ରୀଯୁକ୍ତ ସୁଧାଂଶୁ କର, ସୁବାଷ ଚନ୍ଦ୍ର ଚୌଧୁରୀ, ପ୍ରଭାତ ମହାନ୍ତି, ଲିଙ୍ଗରାଜ ଚୌଧୁରୀ, ପ୍ରେମାନନ୍ଦ ମିଶ୍ର, ବିରାଜ କୁମାର ଦାସ, ମନୋଜ କୁମାର ଦାସ, ଅଜୟ ଖୁଂଟିଆ ପ୍ରଭୃତି ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । ପରିଶେସରେ ଶ୍ରୀ ଆଭାସ ଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ ଦୀପକ କୁମାର ମହାପାତ୍ର )
No Result
View All Result