ଏହି ରକ୍ତ ଦାନ ଶିବିର ରେ ୮୦ ୟୁନିଟ ରକ୍ତ ସଂଗ୍ରହ
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଷ୍ଟେଟ ବ୍ୟାଙ୍କର ୭୧ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ, ଓ ପୁରୀ ଜିଲ୍ଲା ସ୍ୱେଛାସେବୀ ଅନୁଷ୍ଠାନ ଦ ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି।ଏହି ରକ୍ତ ଦାନ ଶିବିରକୁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଉଦଘାଟନ କରି ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କୁ ବଞ୍ଚାଇ ପାରେ ତେଣୁ ରକ୍ତଦାନ କୁ ଭୟ ନ କରି ସମସ୍ତେ ରକ୍ତ ଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ।.

ଷ୍ଟେଟ୍ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଭରତ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜର ସହଭାଗିତା ରଖୁଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦ ବେଲ୍ ଅଧ୍ଯକ୍ଷ ସିଦ୍ଧାର୍ଥ ରାୟ ଷ୍ଟେଟ ବ୍ୟାଙ୍କ କେବଳ ଗ୍ରାହକ ସେବା କ୍ଷେତ୍ରରେ ନୁହଁ ବରଂ ସାମାଜିକ କାର୍ଯ୍ୟ ଭାଗିଦାରିତାରେ ଏହି ୭୧ ବର୍ଷ ମଧ୍ୟରେ ସ୍ବତନ୍ତ୍ର ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଥିଲେ। ଏହି ଅବସରରେ ଷ୍ଟେଟ ବ୍ୟାଙ୍କ୍ ପୁରୀ ଶାଖା ର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ପ୍ରଧାନ,















