No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ (ସି ଆଇଟିୟୁ )ପୁରୀ ଜିଲ୍ଲା ଶାଖା ପକ୍ଷରୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ ଓ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ମଧ୍ଯରେ ପାଚିକା ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା ସହିତ ସର୍ବ ନିମ୍ନ ମଜୁରୀ ଲାଗୁ କରାଯାଉ ,୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯାଉ, ବୀମା ଓ ପେନସନ ଲାଗୁ କରାଯାଉ ,ପାଚିକା ମାନଙ୍କୁ ବର୍ଷକୁ ୨ ଖଣ୍ଡ ଶାଢୀ ପ୍ରଦାନ କରାଯାଉ ,

ଅବସର ବୟସ ସୀମା ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷ କରାଯାଉ ,ପାଚିକା ମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟ କାମରେ ଲଗା ନଯାଉ ,ଏସଏମସି ସଭ୍ୟ ଓ ପ୍ରଧାନ ଶିକ୍ଷକଙ୍କ ମାନଙ୍କର ପାଚିକା ଉପରେ ମନମାନି ବନ୍ଦ କରାଯାଉ , ପ୍ରତି ବିଦ୍ୟାଳୟ ରେ ସର୍ବନିମ୍ନ ଦୁଇଜଣ ପାଚିକା ନିଯୁକ୍ତି କରାଯାଉ । ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ବିଦ୍ୟା କଟା ମାନଙ୍କରେ ସରକାରଙ୍କ ନିୟମ ଅନୁଯାୟୀ ପାଚିକା ନିଯୁକ୍ତି କରାଯାଉ ବୋଲି ବିକ୍ଷୋଭକାରୀ ପାଚିକା ସଂଘର ସଦସ୍ଯାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସ୍ଲୋଗାନ ଦେବା ସହ ଦାବି ଉପସ୍ଥାପନ କରିଥିଲେ । ଏଥିରେ ପାଚିକା ସଂଘ ର ସଭାପତି ପୀତବାସ ବେହେରା ନେତୃତ୍ୱ ନେଇ ପାଚିକା ମାନଙ୍କ ଦାବି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଦେଓ, ଶ୍ରମିକ ନେତା ଟୁନା ନାୟକ,ଜିଲ୍ଲା ସମ୍ପାଦିକା ସଂଯୁକ୍ତା ଯାଦବ, ତରୁଲତା ମିଶ୍ର, ଶର୍ମିଷ୍ଠା ଲେଙ୍କା,କୃଷ୍ଣପ୍ରୀୟା ବରାଳ, ସାବିତ୍ରୀ ମହାପାତ୍ର, ବିଷ୍ଣୁପ୍ରିୟା ମିଶ୍ର,କନକ ଲତା ସାହୁ, ଝଲି ନାୟକ, ନିରୁପମା ରଥ, ନିଳୀମା ସାହୁ, କୁନି ବାରିକ, ମଞ୍ଜୁଲତା ବାରିକ ,ପୂର୍ଣ୍ଣିମା ବେହେରା ଓ ଝରଣା ମହାରଣା ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ପାଖକୁ ୯ ଦଫା ସମ୍ବଳିତ ସ୍ମାରକ ପତ୍ର ଏଡିଓ ଙ୍କ ଜରିଆରେ ପ୍ରଦାନ କରିଥିଲେ । ବିଦ୍ୟାଳୟ ମାନଙ୍କରେ ଦେଖା ଦେଇଥିବା ଛୋଟ ମୋଟ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

No Result
View All Result