ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପବିତ୍ର କ୍ଷେତ୍ର ଶ୍ରୀକ୍ଷେତ୍ର । ଚାରିଧାମ ରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥଙ୍କ ଧାମ । ନାମଯଜ୍ଞ ପାଇଁ ଧାର୍ମିକ ପରିବେଶ ଆବଶ୍ୟକ ହୋଇଥାଏ । ଏବେ ଗୋଟିଏ ଅନୁଷ୍ଠାନ ଶ୍ରୀବିଷ୍ଣୁ ମହାଯଜ୍ଞ ନାମରେ ବିବାଦୀୟ ଲଜିଂ ପରିସରରେ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଯଜ୍ଞଶାଳା ସମ୍ମୁଖ ଭାଗରେ ବେସରକାରୀ ଓ ସରକାରୀ ଦୁଇଟି ପାଇଖାନା ରହିଛି । ଯଜ୍ଞ ଶାଳାର ପଛପଟେ ଲଜିଂର ରୁମରେ ସ୍ବାମୀ ସ୍ତ୍ରୀ ପର୍ଯ୍ୟଟକ ରହୁଛନ୍ତି । ଯଜ୍ଞ ଶାଳାର ପଶ୍ଚିମ ପଟ ପାଚେରୀ କାନ୍ଥରେ ଶହ ଶହ ଲୋକ ପରିଶ୍ରା କରୁଛନ୍ତି ।

ଦକ୍ଷିଣ ପାର୍ଶ୍ବରେ କାର ପାର୍କିଙ୍ଗ ସହ ନିଶାଖୋରଙ୍କ ଆଡ୍ଡା ସ୍ଥଳି ରହିଛି । ଲଜିଂରେ ରହୁଥିବା କେତେକ ମହିଳା ଅଶୌଚ ଅବସ୍ଥାରେ ଯାଆଆସ କରୁଛନ୍ତି । କୌଣସି ଏକ ଧାର୍ମିକ ସଂସ୍ଥା ମୋଟା ଅଙ୍କର ଅର୍ଥ ଦାନକରି ଜଗନ୍ନାଥ ଶୁଣିବେ ବିଷ୍ଣୁଙ୍କ ନାମ କହି ଦାତାଙ୍କ ଠାରୁ ଅର୍ଥ ଗ୍ରହଣ କରିଥିବା ଆଲୋଚନା ହେଉଛି । ଉଚ୍ଚ ମାନର ଲାଉଡ ସ୍ପିକର ଲାଗିଥିବାରୁ ପରୀକ୍ଷାର୍ଥୀଙ୍କ ପାଠ ପଢ଼ାରେ ବ୍ଯାଘାତ ହେଉଛି । ଏ ସମ୍ପର୍କରେ କିଏ ଯଜ୍ଞ କରୁଛି , କାହିଁକି କରୁଛି, କିଏ ଦାତାଙ୍କୁ ପ୍ରଭାବିତ କରି ଏହି ଯଜ୍ଞ କରାଉଛି ଓ କେତେ ଟିଣ ଘିଅ ଆହୂତିରେ ଲାଗୁଛି ସେ ସମ୍ପର୍କରେ ବଡଦାଣ୍ଡରେ ଆଲୋଚନା ହେଉଛି ।
ଭଲଗୁଆ ଘିଅ ଯଜ୍ଞରେ ଆହୁତି ନଦେଲେ ଦୂଷିତ ଘିଅର ଧୂଆଁରେ ବାୟୁମଣ୍ଡଳ ପ୍ରଦୂଷିତ ହେବ ବୋଲି ପରିବେଶବିତ ମାନେ କହୁଛନ୍ତି । ଜନଗହଳିପୂର୍ଣ୍ଣ ବଡଦାଣ୍ଡରେ ଶଦ୍ଦ ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ଓ ବ୍ଯବସାୟିକ ଅନୁଷ୍ଠାନ ମାନେ ଅତିଷ୍ଠ ହୋଇପଡିଲେଣି । ହୃଦ ରୋଗୀ ମାନେ କବାଟ ବନ୍ଦ କରି ଶୋଇରହୁଛନ୍ତି ।
ଲଜିଂ ଯାଗାଟି ବିବାଦୀୟ ହୋଇଥିବାରୁ ସେଠାରେ ଯଜ୍ଞ ଆୟୋଜନ କରିବା କେତେ ଦୂର ଠିକ ବୋଲି ବୁଦ୍ଧିଜୀବୀ ମାନେ ଚର୍ଚ୍ଚା କରୁଛନ୍ତି । ପ୍ରବେଶ ପଥର ଦୁଇ ପାର୍ଶ୍ବରେ ଶୌଚାଳୟ ଥିବାରୁ ଏହା ଶୁଦ୍ଧିପୂର୍ଣ୍ଣ ସ୍ଥାନ ନୁହେଁ ବୋଲି ଜ୍ୟୋତିର୍ବିଦ କହୁଛନ୍ତି । କାଳେ କିଏ ଯଜ୍ଞ ସମ୍ପର୍କରେ ତଥ୍ଯ ଜାଣିବ ସେଥିପାଇଁ ପ୍ରବେଶ ପଥରେ ଦୁଇଜଣ ସିକ୍ଯୁରିଟ ପ୍ରହରା ଦେଉଛନ୍ତି । ବଡଦାଣ୍ଡ ଯାଉଥିବା ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ପଥଚାରୀ ଏହି ଅବସ୍ଥା ଦେଖି ନାପସନ୍ଦ କରିଛନ୍ତି ।














