No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟଭିତ୍ତିକ ଭ୍ରମଣ କାହାଣୀ ଆମକୁ ଯେତେ ରୋମାଞ୍ଚିତ କରେତା’ ଠାରୁ ଅଧିକ ଜ୍ଞାନବୃଦ୍ଧିରେ ପ୍ରଭାବିତ କରିଥାଏ । ବିଶେଷ ଭାବରେ ବାହାର ସ୍ଥାନର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଜୀବନଶୈଳୀ, ଭୌଗୋଳିକ ପରିବେଶ, ଐତିହାସିକ ପୃଷ୍ଠଭୂମି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଭୂତି ମଧ୍ୟରୁ ପାଠକ ସାଉଁଟିବାର ପ୍ରୟାସ କରେ ବୋଲି ଗ୍ରମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଛନ୍ତି ।

ଆଜି ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖି’ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଡ. ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ହେଲେ ମଧ୍ୟ ତାଙ୍କ ଭ୍ରମଣ କାହାଣୀର ବର୍ଣ୍ଣନା ଅତିବ ସରଳ, ସାବଲୀଳ ତଥା ଅଧିକ ଆକର୍ଷଣୀୟ ହୋଇଛି । ଭାରତର ମଥାନ ଉପରେ ଅବସ୍ଥିତ ବରଫାବୃତ୍ତ ଲଦାଖ ଅଞ୍ଚଳ ଏକ ଭିନ୍ନ ଜୀବନଶୈଳୀ ପାଇଁ ଜଣାଶୁଣା ।
ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ଏବଂ ଶିଖରରେ ଅବସ୍ଥିତ ସର୍ପିଳ ରାସ୍ତାରେ ଭ୍ରମଣ କରି ଡ. ମିଶ୍ର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାକୁ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି । ଏହି ଭ୍ରମଣ କାହାଣୀ ପୁସ୍ତକଟି ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ଡକଫର ପ୍ରଦୀପ କୁମାର ରାଉତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଲେଖିକା ସାଗରିକା ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result