No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ) ଭୁବନେଶ୍ୱର :- ବିଧାନସଭା ପରିସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏ.ଟିଏମ୍. ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଏ.ଟିଏମ୍. ଶାଖା ଉଦଘାଟନ କରିଥିଲେ । ବିଧାନସଭା ପରିସରରେ ଏ.ଟିଏମ୍. ଖୋଲିବା ଦ୍ୱାରା ବିଧାନସଭା କର୍ମଚାରୀ ଓ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ବାଚସ୍ପତି ଡ଼ଃ ପାତ୍ର ଆଶା ପ୍ରକାଶ କରିଥିଲେ ।
ଉକ୍ତ ଉଦଘାଟନ ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ପି.ଏନ୍.ବି. ଜୋନାଲ ମୁଖ୍ୟ ସଞ୍ଜୀବ ଭରଦ୍ୱାଜ, ସର୍କଲ ମୁଖ୍ୟ ପରେଶ କୁମାର ଦାଶ, ମୁଖ୍ୟ ପ୍ରବନ୍ଧକ ଆଶିଷ କୁମାର ସେଠୀ, ଆସୋସିଏସନ୍ ସମ୍ପାଦକ ହିମାଁଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଧାନସଭା ଶାଖା ପରିଚାଳକ ନିବେଦିତା ଓଝା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
No Result
View All Result