• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ ତପୁ ଙ୍କ ସ୍ମୃତିରେ ମଧ୍ୟରାତ୍ର ଆଭାସି ଶୋକସଭା

Proprietor Abhimanyu Maharana by Proprietor Abhimanyu Maharana
June 20, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ ତପୁ ଙ୍କ ସ୍ମୃତିରେ ମଧ୍ୟରାତ୍ର ଆଭାସି ଶୋକସଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର )ଡାଲାସ/ଟରୋଣ୍ଟୋ/ଲଣ୍ଡନ/ଆବୁଧାବି/ଦୁବାଇ/ଅହମଦାବାଦ/କୋଲକାତା/ଭୁବନେଶ୍ୱର/କଟକ :- ବିଶିଷ୍ଟ କଣ୍ଠଶଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ବିଶ୍ଵ ଓଡ଼ିଶା ସମାଜ ତରଫରୁ ଏକ ଆନ୍ତର୍ଜାତିକ ଆଭାସି ଶୋକସଭା ଆୟୋଜନ କରାଯାଇଥିଲା। ତପୁଙ୍କର ଇହଲୀଳା ତ୍ୟାଗର ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆୟୋଜନ କରାଯାଇଥିବା ଏହି ଶ୍ରଦ୍ଧାଞ୍ଜଳି ସମାରୋହ ମଧ୍ୟରୁ ଗଭୀର ରାତ୍ର ପର୍ଯ୍ୟନ୍ତ ଦୀର୍ଘ ଅଢେଇ ଘଣ୍ଟା ଧରି ଚାଲିଥିବା ଦେଖା ଯାଇଥିଲା। ଅନଲାଇନ ସ୍ମୃତି ଅଧିବେଶନରେ ବିଶ୍ୱର ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ଦେଶ ବିଦେଶର ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏବଂ ତପୁ ଙ୍କର ବହୁ ପ୍ରଶଂସକ ତଥା ଶୁଭେଚ୍ଛୁ ମାନେ ଯୋଗ ଦେଇ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରିଥିଲେ।


ଭର୍ଚୁଆଲ ଶୋକସଭାରେ ପୌରହିତ୍ୟ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ ତପୁ ଙ୍କର ଅସମୟରେ ବିୟୋଗ ଯୋଗୁଁ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଏକ ଯାଜଲ୍ୟମାନ ତାରକା ନିର୍ବାପିତ ହୋଇଗଲା ବୋଲି ଦର୍ଶାଥିଲେ। ଓଡ଼ିଶା ସମାଜ ୟୁଏଇର ସଭାପତି ଅମୀୟ ମିଶ୍ର, କମ୍ ବୟସରେ ତପୁଙ୍କର ମୃତ୍ୟୁ ଅତୀବ ଦୁଃଖଦ ଘଟଣା ବୋଲି ସୂଚାଇଥିଲେ। ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନର ସଭାପତି ସୁଧୀର କୁମାର ଦାଶ ତପୁଙ୍କ ତିରୋଧାନ ଯୋଗୁଁ ଘଟିଥିବା ଅପୂରଣୀୟ କ୍ଷତି ଅନ୍ୟ କାହା ପକ୍ଷରେ ପୂରଣ କରିବା ସମ୍ଭବପର ହେବନି ବୋଲି କହିଥିଲେ।

ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସ, ତପୁ ଙ୍କ ନିଧନ ବିଷୟ ସ୍ଵପ୍ନରେ ସୁଦ୍ଧା ଭାବାଯାଇ ପାରେନା ବୋଲି ଉଲ୍ଲେଖ କରିଥିଲେ। ଟରୋଣ୍ଟୋ ରୁ ଡଃ ତନ୍ମୟ ପଣ୍ଡା, ତପୁ ଙ୍କର ଅପମୃତ୍ୟୁ ଖୁବ୍ ହୃଦୟ ବିଦାରକ ଘଟଣା ବୋଲି ବର୍ଣ୍ଣନା କରିଥିଲେ। ଆବୁଧାବି ଓଡ଼ିଆ ସମାଜର ଉପସଭାପତି ସିଦ୍ଧାର୍ଥ ଦାସ, ତପୁ ଙ୍କର ଆବୁଧାବି ଗସ୍ତ ର ସ୍ମୃତିଚାରଣ କରି ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର୍ ର ମୁଖ୍ୟ ସଙ୍ଗୀତା ଗୋସେଇଁ , ଜଣେ କଳାକାର କେବେ ମରିପାରେନା ବୋଲି ଦର୍ଶାଇ ତାଙ୍କର ଯଥୋଚିତ ସ୍ମୃତିରକ୍ଷା କରିଯିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡଃ ଅରୁନ୍ଧତୀ ଦେବୀ, ତପୁ ଜଣେ ମହାନ୍ କଳାକାର ଏବଂ ମହନୀୟ ମାନବ ଥିଲେ ବୋଲି ଦର୍ଶାଇଥିଲେ। ସଂସ୍କୃତିବିତ କସ୍ତୁରୀକା ପଟ୍ଟନାୟକ, ତପୁ ବେଶ୍ ସୁନ୍ଦର, ସରଳ ଏବଂ ସମସ୍ତଙ୍କୁ ଅଳ୍ପ କ୍ଷଣ ମଧ୍ୟରେ ଆପଣାର କରିପାରୁଥିବା ଭଳି ଅନନ୍ୟ ମଣିଷ ଥିଲେ ବୋଲି କହିଥିଲେ। ଗୁଜୁରାଟ ଓଡ଼ିଆ ସମାଜର ନେତା ବଦ୍ରି ମହାପାତ୍ର, ତପୁଙ୍କର ଅନ୍ତର୍ନିହିତ ପ୍ରତିଭା ଓ ପାରଦର୍ଶିତା ତାଙ୍କୁ ଅଭିଭୂତ କରିଥିଲା ବୋଲି ଉଲ୍ଲେଖ କରିଥିଲେ। ଲଣ୍ଡନ ରୁ ଇଷା ରାଉତ , ତପୁଙ୍କର ତିରୋଧାନ ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିବା ଦର୍ଶାଇଥିଲେ। ଦିଲ୍ଲୀ ଓଡ଼ିଶା ଫୋରମ୍ ର ସଞ୍ଜୟ ଅଗ୍ରୱାଲ, ତପୁ ଅସାଧାରଣ ଉଦୀୟମାନ କଳାକାର ଥିଲେ ବୋଲି ବର୍ଣ୍ଣନା କରିଥିଲେ।

ବରିଷ୍ଠ ପ୍ରଶାସକ ଓ ଲେଖିକା ସୁଜାତା ଚୌଧୁରୀ ତପୁଙ୍କର ଆକସ୍ମିକ ମୃତ୍ୟୁ ତାଙ୍କୁ ହତବାକ କରିଥିବା ସୂଚାଇଥିଲେ। ପ୍ରଖ୍ୟାତ ଗାୟିକା ରୀତା ଶତପଥୀ , ତାଙ୍କର ସମ୍ବଲପୁର ଘରେ ଜନ୍ମ ଲାଭ କରିଥିବା ତପୁ ନିଜର ପିତାମାତା ଙ୍କର ତପସ୍ୟାର ଫଳ ଥିଲେ ବୋଲି ଉଲ୍ଲେଖ କରିଥିଲେ। ସ୍ମୃତିର ଓଡ଼ିଶାର ପ୍ରତିଷ୍ଠାତା ଡଃ ରଜନୀକାନ୍ତ ମିଶ୍ର, ତପୁଙ୍କର ସ୍ମୃତି ରକ୍ଷା ପାଇଁ ତାଙ୍କ ନାମରେ ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବାକୁ ପରାମର୍ଶ ଦେଇଥିଲେ। ସାମାଜିକ ବିଶେଷଜ୍ଞ ସୁଭ୍ରୋ ରାୟ , ଏଭଳି ଦାରୁଣ ଦୁଃଖ ସମୟରେ ଶୋକ ପ୍ରକାଶ କରିବାକୁ ତାଙ୍କ ନିକଟରେ ଭାଷା ନଥିବା ସୂଚାଇଥିଲେ।

ସୁନାମଧନ୍ୟ ସଙ୍ଗୀତଶିଳ୍ପୀ ଅନିନ୍ଦିତା ଦାସ, ତପୁ ଙ୍କର ମୃତ୍ୟୁ ଖବର ତାଙ୍କୁ ଶକ୍ତ ଧକ୍କା ଦେଇଥିବା ସୂଚାଇଥିଲେ । ଟରୋଣ୍ଟୋରୁ କାନାଡ଼ା ଦକ୍ଷିଣ ଏସୀୟ ସାଂସ୍କୃତିକ ବିକାଶ କେନ୍ଦ୍ରର ଅଧକ୍ଷ ଡଃ ସୁନନ୍ଦା ମିଶ୍ର ପଣ୍ଡା, ତପୁ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଶାସକ ବ୍ରଜ ପଣ୍ଡା , ଓଡ଼ିଶା ଜଣେ ବଳିଷ୍ଠ କଳାକାର ଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ। ନୂଆଦିଲ୍ଲୀର ବିଜୟନୀ ଫାଉଣ୍ଡେସନର ସଭାପତି ରିତା ପାତ୍ର ମୃତ୍ୟୁ ପରେ ବି ତପୁ ଅମର ହୋଇଯାଇଛନ୍ତି ବୋଲି ଉଲ୍ଲେଖ କରିଥିଲେ। ନୂଆଦିଲ୍ଲୀ ରୁ ସରୋଜ ସାମଲ, ତାଙ୍କର ସଙ୍ଗୀତ ପରିବେଷଣରେ ଅସାଧାରଣ ଯାଦୁ ମହଜୁଦ ଥିଲା ବୋଲି କହିଥିଲେ। ନୂଆଦିଲ୍ଲୀରୁ ଯୁବ ସଙ୍ଗୀତଜ୍ଞ ସନ୍ତୋଷ ରାଉତ , ତପୁଙ୍କ ର ସୃଜନୀଶୀଳ ପ୍ରତିଭା ଅଭୁତ ପୂର୍ବ ଥିଲା ବୋଲି କହିଥିଲେ।

ମହକାଂକ୍ଷା ପ୍ରତିଷ୍ଠାନର ଅଧକ୍ଷ ପୁଷ୍ପାଞ୍ଜଳି ବାରିକ, ତପୁଙ୍କର ଅକାଳ ବିୟୋଗରେ ଅଧାଦିନ ରେ ସୂର୍ଯ୍ୟ ଅସ୍ତମିତ ହୋଇଗଲା ବୋଲି ସୂଚାଇଥିଲେ। ଗୁରୁଗ୍ରାମସ୍ଥିତ ଆୟୁଷ୍ମାନ ପ୍ରତିଷ୍ଠାନର ଅଧକ୍ଷ ଶ୍ରୀମନ୍ତ ବିଶ୍ଵାଳ, ତାଙ୍କର ପାରିବାରିକ ବନ୍ଧୁ, ତପୁ ସଦା ଚଳଚଞ୍ଚଳ ଅଲିଅଳି କଣ୍ଢେଇ ସଦୃଶ ଥିଲେ ବୋଲି ଦର୍ଶାଇଥିଲେ। ଲାଇଭ ଷ୍ଟ୍ରିମିଙ୍ଗ ଅଧିବେଶନରେ ଅନିନ୍ଦିତା ଦାସ, ରିତା ଶତପଥୀ, ପୁଷ୍ପାଞ୍ଜଳି ବାରିକ, ସନ୍ତୋଷ ରାଉତ ଓ ଶ୍ରୀମନ୍ତ ବିଶ୍ଵାଳ ପ୍ରମୁଖ ସଙ୍ଗୀତ ମାଧ୍ୟମରେ ମଧ୍ୟ ସ୍ବର୍ଗତ ଆତ୍ମା ପ୍ରତି ସେମାନଙ୍କର ଶ୍ରଦ୍ଧାସୁମନ ଉତ୍ସର୍ଗ କରିଥିଲେ। ରିତା ଶତପଥୀ, ବଦ୍ରି ମହାପାତ୍ର ଓ ସିଦ୍ଧାର୍ଥ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆମେରିକାର ଡାଲାସରୁ ସଞ୍ଜୟ ଦଳାଇ, ଦୁବାଇ ରୁ ପ୍ରୀତିଶ ଦାଶ, ବାହାରିନ୍ ରୁ ସୁବାସ ସାହୁ, କୋଲକାତା ରୁ ପିତାମ୍ବର ବାରିକ ଓ ଅହଲ୍ୟା ବାରିକ, ବେଙ୍ଗାଳୁରୁ ରୁ ମନୋଜ ପାତ୍ର ଓ ତାପସ ରାଜ, ମୁମ୍ବାଇ ରୁ ଡଃ ବିଜୟ କୁମାର ମହାରଣା, ଲଣ୍ଡନ ରୁ ଶିବରଞ୍ଜନ ବିଶ୍ଵାଳ ଓ ଉତ୍ତମ ତ୍ରିପାଠୀ, ଭୁବନେଶ୍ୱରରୁ ସାରଦା ପ୍ରସାଦ ମହାପାତ୍ର ଏବଂ ଆୟରଲ୍ୟାଣ୍ଡ ରୁ ସଞ୍ଜୀବ ବାରିକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version