No Result
View All Result
୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଫୁଲନଖରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ ବିଦ୍ୟା ମନ୍ଦିରର ସଂପାଦକ ନରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାର ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି , ସ୍ତମ୍ଭକାର ଶ୍ରୀ ସନ୍ୟାସି ଜୀ ମୁଖ୍ୟ ବକ୍ତା , ଅଭିନେତ୍ରୀ ସୋନାଲି ପ୍ରଧାନ, ଗାୟିକା ରିନାରାଣୀ ଦାସ, ଆଲୋକ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ , ଛାତ୍ରଛାତ୍ରୀ ମାନେ ଦୃଢ଼ ମନୋବଳ ନେଇ ଅଧ୍ୟୟନ କଲେ ସଫଳତା ହାସଲ କରିପାରିବେ ।
ଛାତ୍ରଛାତ୍ରୀମାନେ ପାଠ ପଢ଼ା ହେଉ କି ଖେଳକୁଦ କିମ୍ବା ନୃତ୍ୟ ଗୀତ ପ୍ରତି ଆଗ୍ରହ ପ୍ରକାଶ କରୁଛ ସେହି କାର୍ଯ୍ୟକୁ ନିଷ୍ଠାର ସହ କାର୍ଯ୍ୟ କରି ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିବା ଦରକାର । ପ୍ରତ୍ୟେକ ଅଭିଭାବକ ମାନେ ନିଜର ପିଲାମାନଙ୍କୁ କେବଳ ପାଠ ପଢ଼ିବା ପାଇଁ ଚାପ ନପକାଇ ସେମାନଙ୍କର ପିଲାମାନେ ଯେଉଁ କାର୍ଯ୍ୟ ପାଇଁ ଆଗ୍ର ରଖୁଛନ୍ତି ସେଦିଗରେ ଦୃଷ୍ଟି ଦେବା ସହିତ ଉତ୍ସାହିତ କଲେ ସେହି ପିଲାମାନେ ସେମାନଙ୍କର ରୁଚି ରଖୁଥିବା କାର୍ଯ୍ୟ ସଫଳତାର ଆଗକୁ ବଢ଼ି ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ।
ସାଗରୀକା ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବାର୍ଷିକ ଉତ୍ସବରେ ଅତିଥି ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଖେଳକୁଦରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବିଦ୍ୟାଳୟର ଅଭିଭାବକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ।

No Result
View All Result