No Result
View All Result
୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁର ସ୍ଥିତ ନନ୍ଦ କିଶୋର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ସାହିତ୍ୟ ଏକାଡେମୀ, ମାହାଙ୍ଗା ବିକାଶ ପରିଷଦ ଓ ନନ୍ଦ କିଶୋର ବିଦ୍ୟା ମନ୍ଦିରର ମିଳିତ ସହଯୋଗରେ ପଲ୍ଲୀ କବି ନନ୍ଦ କିଶୋର ବଳଙ୍କ ୧୪୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ପ୍ରାରମ୍ଭରେ ନନ୍ଦ କିଶୋର ବଳଙ୍କ ପ୍ରତିମୃତିଓଫଟୋ ଚିତ୍ରରେ ମୁଖ୍ୟ ଅତିଥି ଓ ଅନ୍ୟ ଉପସ୍ଥିତ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ l ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରା ଯାଇଥିଲା l ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉଦଘାଟନ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ l
ଏଥିରେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଇ ନିଚ୍ଛକ ପଲ୍ଲୀ ଜୀବନ ଆଉ ନାହିଂ, ପଲ୍ଲୀ ଜୀବନରେ ପାଶ୍ଚାତ୍ୟ ପ୍ରବେଶ ଜରି ସାରିଛି l ସେ ଆହୁରି କହିଥିଲେ ଆମ ସାହିତ୍ୟର ଅନନ୍ୟ ସାଧକ ପଲ୍ଲୀ କବି ନନ୍ଦ କିଶୋରଙ୍କ ସାରସ୍ୱତ କୃତି ଓଡିଶାର ପଲ୍ଲୀ କୃତିର ନିଖୁଣ ଚିତ୍ରରେ ପୁଷ୍ପଳ ହୋଇ ଆଧୁନିକ ଓଡିଶା ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଛି l ଲୋକ ସାହିତ୍ୟ ସୃଷ୍ଟି ଓ ପ୍ରସାର ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ l
ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରଗତିବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଅତିଥି ମାନେ “”ପଲ୍ଲୀ ଚିତ୍ର “”ପୁସ୍ତକ ଉନ୍ମୋଚନ କରିଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ l ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା, ସ୍ଥାନୀୟ ଜନ ସାଧାରଣ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ମାହାଙ୍ଗା ବିକାଶ ପରିଷଦର କର୍ମ କର୍ତ୍ତା ସହଯୋଗ କରିଥିଲେ l
No Result
View All Result