ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ସ୍ବର୍ଗଦ୍ବାର କେବଳ ହିନ୍ଦୁମାନଙ୍କ ଅନ୍ତେଷ୍ଟି କ୍ରୀୟା ପାଇଁ ଉଦ୍ଦିଷ୍ଟ ବୋଲି ଏକ ସୂଚନା ଫଳକ ଲାଗାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଉତ୍କଳ ବିଦ୍ଵତ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ପୁରୀ ସ୍ବର୍ଗଦ୍ବାର କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ । ବିଶ୍ବର କୋଣ ଅନୁକୋଣରୁ ହିନ୍ଦୁମାନଙ୍କ ମର ଶରୀର ସଂସ୍କାର ପାଇଁ ସ୍ବର୍ଗଦ୍ବାର ଆସୁଛନ୍ତି ।

ସ୍ବର୍ଗଦ୍ବାରରେ ଶବ ଦାହ କଲେ ମର ଶରୀର ସ୍ବର୍ଗକୁ ଯାଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରାଚୀନ କାଳରୁ ଏହି ପରମ୍ପରା ଓ ଧର୍ମ ବିଶ୍ବାସ ରହିଛି । ସ୍ବର୍ଗଦ୍ବାର ମର୍ଯ୍ୟାଦା ଓ ପବିତ୍ରତା ରକ୍ଷାକରିବା ପାଇଁ ଏହି ସାଇନବୋର୍ଡ ଲଗାଇବା ପାଇଁ ଉତ୍କଳ ବିଦ୍ଵତ ପରିଷଦ ସଭାପତି ମନୋଜ କୁମାର ରଥ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ।














