No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗୁଆଁ ପଞ୍ଚାୟତର ୨୬ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ପିତା ସ୍ବର୍ଗତ ସଦାଶିବ ରାୟଗୁରୁ ସାଗରଗୁଆଁ ଗ୍ରାମପଞ୍ଚାୟତରେ ଲଗାତର ଭାବେ ୩ଥର ସରପଞ୍ଚ, ୩ଥର ସେବା ସମବାୟ ସମିତିର ସଭାପତି, ବରିଷ୍ଠ ନ୍ୟାୟବିତ୍, ନିଖିଳ ଉତ୍କଳ ନ୍ୟାୟବିତ ସଂଘର ସଭାପତି ଓ ୧୫ ବର୍ଷ ଧରି ସାଗରଗୁଆଁ ଗ୍ରାମ୍ୟ କମିଟିର ସଭାପତି ଥିଲେ। ତାଙ୍କର ବାସଭବନ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ସ୍ବର୍ଗତ ସଦାଶିବ ରାୟଗୁରୁଙ୍କ ପ୍ରଥମ ଶ୍ରଦ୍ଧା ଦିବସ ବୁଧବାର ଦିନ ସାଗର ଗୁଆଁ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି !

ପ୍ରଥମ ଶ୍ରଦ୍ଧା ଦିବସ କାର୍ଯ୍ୟକ୍ରମରେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ, ବୋଲଗଡ଼ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବୋଲଗଡ଼ ବିଡ଼ିଓ ଶରତ କୁମାର ମଲ୍ଲିକ ଓ ବୋଲଗଡ଼ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ,ସମିତି ସଭ୍ୟ /ସଭ୍ୟା ଓ ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ମାନେ ଯୋଗଦେଇ ସ୍ବର୍ଗତ ସଦାଶିବ ରୟଗୁରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ !

ସ୍ବର୍ଗତ ରାୟଗୁରୁ ଏକାଧାରରେ ବରିଷ୍ଠ ନ୍ୟାୟବିତ୍ତ, ସମାଜସେବୀ, ପରିବେଶବିତ ସରପଞ୍ଚ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ ! ତାଙ୍କର ଅମର ସଦଗତି ଉପସ୍ଥିତ ସମସ୍ତ ଜନସାଧାରଣ, ବ୍ଲକ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବିଧାୟକ, ଗଣମାଧମର ସମସ୍ତ ସାମ୍ବାଦିକ, ରାଜନୈତିଜ୍ଞ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ୨ମିନୀତ ନୀରବ ପ୍ରାଥନା କରିଥିଲେ l
No Result
View All Result