ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସମର୍ଥିତ ଛାତ୍ରଙ୍କ ନିଷ୍ପତ୍ତି ଉପରେ ହେଭି ୱେଟେଜ୍ ନେତାଙ୍କ ନଜର
ରଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରଣପୁର ଜୁନିୟର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ପ୍ରାର୍ଥୀମାନେ ରଣପୁର ଅଞ୍ଚଳର ଗାଁ ଗାଁ ବୁଲି ଛାତ୍ରଛାତ୍ରୀ ଓ ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଚଳିତ ନିର୍ବାଚନରେ ଏବିଭିପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରିନାହାନ୍ତି । ଫଳରେ କଂଗ୍ରେସ ସମର୍ଥିତ ଛାତ୍ରଛାତ୍ରୀଙ୍କ ଭୂମିକା ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ନିର୍ବାଚନର ରୋଚକ ଦିଗ ହେଉଛି, କଂଗ୍ରେସ ସମର୍ଥିତ ଛାତ୍ରଛାତ୍ରୀଙ୍କ ମେଣ୍ଟ କେଉଁ ପକ୍ଷକୁ ସମର୍ଥନ କରିବ । ସେମାନଙ୍କ ସମର୍ଥନ ନିର୍ବାଚନର ଗଣିତକୁ ପ୍ରଭାବିତ କରିପାରେ ବୋଲି ଆଲୋଚନା ଚାଲିଛି । ତେବେ ଏହି ସମର୍ଥନ କାହା ସପକ୍ଷରେ ଯିବ ଏବଂ ଶେଷରେ କେଉଁ ପକ୍ଷ ବିଜୟୀ ହେବ, ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ।

ରଣପୁର ଜୁନିୟର କଲେଜର ଏହି ନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ବିଜୟ ପରାଜୟରେ ସୀମିତ ନରହି, ଛାତ୍ରଛାତ୍ରୀଙ୍କ ଏକତା, ସମର୍ଥନ ଓ ସଂଗଠନଗୁଡ଼ିକର ଲୋକପ୍ରିୟତାର ମଧ୍ୟ ପରୀକ୍ଷା ହେବ । ଏବେ ଦଳର ହେଭି ୱାଟେଜ୍ ନେତାଙ୍କ ନଜର ନିର୍ବାଚନୀ ପ୍ରଚାର ଓ ଶେଷ ଫଳାଫଳ ଉପରେ ରହିଛି ।













