No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) ବାଙ୍କୀ :- ବିଶ୍ୱ ପରିବେଶ ସପ୍ତାହ ଉପଲକ୍ଷେ ଆଜି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ “ଅସ୍ତିତ୍ବ “ପକ୍ଷରୁ ପଥଚାରୀ ଙ୍କୁ ବାଙ୍କୀ ଓ ଡମପଡା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଚାରା ବଣ୍ଟନ କରାଯାଇଥିଲା ।“ଅସ୍ତିତ୍ବ ” ର ସମ୍ପାଦକ ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ଏହି କାର୍ଯ୍ୟକ୍ରମ କୁ ପରିଚଳନା କରି ଚାରା ବଣ୍ଟନ କରିଥିଲେ।

ବିଶ୍ୱ ର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘର ବାଡି ଓ ଖାଲି ସ୍ଥାନ ମାନଙ୍କ ରେ ବୃକ୍ଷ ରୋପଣ କରିବା ପାଇଁ ସମସ୍ତ ପଥ ଚାରି ଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ।

ଅସ୍ତିତ୍ବ ପକ୍ଷରୁ ୩୦ ରୁ ଉର୍ଦ୍ଧ ନିମ୍ବ, ଅର୍ଜ୍ଜୁନ, ଅଁଳା ଆଦି ଔଷଧୀୟ ବୃକ୍ଷ ଓ କୃଷ୍ଣ ଚୁଡା , କଦମ୍ବ ବୃକ୍ଷ ବଣ୍ଟନ କରାଯାଇଥିଲା । ପରିବେଶ ପ୍ରେମୀ ଅମିତ ସାହୁ,ଶ୍ରୀକାନ୍ତ ପଣ୍ଡା,ଦେବୀ ପ୍ରସାଦ ପଣ୍ଡା ଓ ଅବସର ପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଜଗଦୀଶ ପଣ୍ଡା ଚାରା ବଣ୍ଟନ ରେ ସହଯୋଗ କରିଥିଲେ। ଅନ୍ତ ରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ଓ ଅସ୍ତିତ୍ବ ମିଳିତ ସହଯୋଗରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ:ଗୌତମ ମିଶ୍ର)

No Result
View All Result