No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) ବାଙ୍କୀ :- ବାଙ୍କୀରେ କରୋନା ନିଜର କାୟା ବିସ୍ତାର କରି ୧୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି । ସରକାରଙ୍କ ପକ୍ଷରୁ ତାଲା ବନ୍ଦ କରିଥିବା ସମୟରେ ଲୋକେ ତାଲା ବନ୍ଦ ନିୟମକୁ ମାନୁ ନଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ତାଲା ବନ୍ଦ ସମୟରେ ଲୁଚାଛପାରେ ଦୋକାନ ଖୋଲାଯାଇ ବିକ୍ରିବଟା କରାଯାଉଛି । ଜଳଖିଆ ଦୋକାନ , ଚାଦୋକାନ ଲୁଚାବାଟରେ ବିକ୍ରି ହେଉଥିବା ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଅଧିକାଂଶ ଦୋକାନ ଆଗରେ ତାଲା ପକାଯାଇ ପଛପଟ ଲୁଚା ବାଟରେ ବିକ୍ରିବଟା ହେଉଥିବାର ଖବର ପୋଲିସ ପ୍ରଶାସନ ଜାଣିଲେ ମଧ୍ୟ ଉକ୍ତ ଦୋକାନୀଙ୍କ ପାଇଁ କୌଣସି କଟକଣା କରୁନାହାଁନ୍ତି ।
ଲୋକେ କରୋନା କଟକଣାକୁ ମାନୁ ନାହାଁନ୍ତି । ଶାରୀରିକ ଦୂରତାକୁ ଅଧିକାଂଶ ଲୋକେ ଫୁ କରି ସଂଗବଦ୍ଧ ଭାବେ ବୁଲୁଥିବାର ଦେଖାଯାଉଛି । ବାଙ୍କୀର ମୁଖ୍ୟ ୩ଗୋଟି ପ୍ରବେଶ ପଥରେ ପୋଲିସ ମୃତୟନ ହୋଇ ତନଖି ହେଉ ନାହିଁ ବାଙ୍କୀ ସହରରେ ପୋଲିସର ପେଟ୍ରୋଲିଂ କାଁ ଭାଁ ହେଉଥିବାରୁ ଲୋକେ ପୋଲିସ ଗାଡି ଦେଖି ଲୁଚି ଯାଇ ପୁନଃ ପୂର୍ବପରି ସଂଗବଦ୍ଧ ହୋଇ ବୁଲୁଛନ୍ତି । ପଂଚାୟତର ଗାଁ ଗହଳି କଥା ନକହିଲେ ଭଲ । ବିଭିନ୍ନ ସ୍ଥାନରେ ଲୋକମାନେ ସଂଗବଦ୍ଧ ହୋଇ ତାସ୍ ଖେଳ, ମେଳିହୋଇ ଗପସପ, ଅଧିକାଂଶ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି ।
ଭୋଜିଭାତ ଓ ବିବାହ ବ୍ରତରେ କରୋନା କଟକଣା ନିୟମ ଠାରୁ ଅଧିକ ଲୋକ ରୁଣ୍ଡ ହେଉଛନ୍ତି । ପୋଲିସ୍ ପ୍ରଶାସନ କୌଣସି ତନଖି ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଖୁବ୍ ଶୀଘ୍ର ବାଙ୍କୀରେ ଗୋଷ୍ଠୀ ସଂକ୍ରମଣ ବହୁ ମାତ୍ରାରେ ବଢ଼ିବାର ସମ୍ଭାବନାକୁ କେହି ଏଡାଇ ଦେଇ ପାରିବେନି । ବାଙ୍କୀରେ ପୋଲିସ ପ୍ରଶାସନ କରୋନା କଟକଣା ଓ ତାଲା ବନ୍ଦ ନିୟମକୁ କଡାକଡି ପାଳନ କରିବା ପାଇଁ ବାଙ୍କୀର ବହୁ ବରିଷ୍ଠ ନାଗରିକ , ଜନସାଧାରଣ ଓ ବହୁବୁଦ୍ଧିଜୀବୀ ସରକାରଙ୍କୁ ଅନୁରୋଧ କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result