No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ପ୍ରଧାନମନ୍ତ୍ରୀଙ୍କ ଆଜି ବାତ୍ୟାଅନଚଳ ଗସ୍ତ ଅବସରରେ ବାଲେଶ୍ୱର ଠାରେ ଉପା(ଟଚଇ) ସରକାର ସମୟରେ ଆରମ୍ଭ ହୋଇଥିବା ୫୦୦ ଶଯ୍ୟା ବିଶିଷ୍ଟ “ସୁପରସ୍ପେସିଆଲିଟ୍ ହସପିଟାଲ ଓ ବିଶ୍ୱସ୍ତରୀୟ “ଜନସ୍ୱାସ୍ଥ୍ୟ ସ୍କୁଲ କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କାରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅନୁରୋଧ କରିଛନ୍ତି । ଉକ୍ତ ପ୍ରକଳ୍ପ କେବଳ ଓଡ଼ିଶା ବାସୀଙ୍କର ନୁହେଁ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ବାସୀଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନରେ ସାହାଯ୍ୟକରିବ ।
ଶ୍ରୀ ଜେନା ତାଙ୍କ ପତରେ ଆହୁରି ଉଲେଖ କରିଛନ୍ତିଯେ ପୂର୍ବରୁ ପତ୍ର ଜରିଆରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଏ ସମ୍ପର୍କରେ ତାଂକ ଦୃଷ୍ଟି ଆକର୍ଷଣ କରିବା ସତ୍ୱେବି କିଛି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । କରୋନା ସ୍ଥିତିର ଭୟାଭୟତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
No Result
View All Result