କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡିଶାର ଲବଧପ୍ରତିଷ୍ଠିତ ସାହିତ୍ୟିକ କବି ଡଃ ତ୍ରିନାଥ ପଟ୍ଟନାୟକଙ୍କ ସହଧର୍ମଣୀ ସାହିତ୍ୟିକା ଛାୟା ପୁରବୀଙ୍କର ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ମିଆଳିର ସାହୁ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲାବେଳେ ଏଥିରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପ୍ରାଚୀ ଗବେଷକ ହଂସ ନାଥ ସାହୁ,

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୂସାହିତ୍ୟିକ ଅସିତ୍ ମହାନ୍ତି ,ପ୍ରଶାନ୍ତ କୁମାର ମହାନ୍ତି, ଶ୍ରଦ୍ଧାଞ୍ଜଳୀ କାନୁନଗୋ, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ଡାକ୍ତର ଅଧିରାଜ କୁମାର ପରିଡା, ଡଃ କୈଳାସ ଚନ୍ଦ୍ର ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ଗାଳ୍ପିକ ସନାତନ ଆଚାର୍ଯ୍ୟ, ଶିକ୍ଷାବିତ ଅଶୋକ କୁମାର ରାୟ, ଡାଃ ରାମ କୁମାର ମହାପାତ୍ର, ପ୍ରଫେସର ଶରତ ଚନ୍ଦ୍ର ବାରିକ୍, ଦୂରଦର୍ଶନର ଅବସରପ୍ରାପ୍ତ ସହ ନିର୍ଦ୍ଦେଶକ ଶୁରେନ୍ଦ୍ର ସାମଲ, ମହାପାତ୍ର ନୀଳମଣି ସାହୁଙ୍କ ସୁକନ୍ୟା ଅନୁରାଧା ମହାପାତ୍ର, ଆଇନଜୀବୀ ଦିଲିପ କୁମାର ମହାନ୍ତି , ଲେଖିକା ଯୋସ୍ନା ସିଂହ,
ଡକ୍ଟର ସସ୍ମିତା ନାୟକ,ଉପନ୍ୟସିକା ମନିଷା ମଞ୍ଜରୀ ସାହୁ, ଶୁଭାଶିଷ ପଟ୍ଟନାୟକ, ଶୁଭ୍ରାଂଶୁ ସ୍ୱାଇଁ, ସମାଜସେବୀ ଆଲୋକ ନାୟକ ସମେତ ଅନ୍ୟାନ୍ୟ ବହୁ କବି, ଲେଖକ, ସାହିତ୍ୟିକ ଓ ରାଜ ରାଜନୈତିକ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଛାୟା ପୁରବୀ ଜଣେ ଧର୍ମ ପରାୟଣ, ପତିବ୍ରତା , ସ୍ନେହୀ ପରଉପକାରି ମହିଳାଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ଆଇନଜୀବୀ ଶେଖ୍ ଅବଦୁଲ ବାରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














