• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

Proprietor Abhimanyu Maharana by Proprietor Abhimanyu Maharana
July 25, 2026
in ଓଡ଼ିଶା, ପୁରୀ, ହୋମ୍
0
ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆଷାଢ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା । ଏହାକୁ ମଧ୍ଯ ଦକ୍ଷିଣାଭିମୁଖୀ ଯାତ୍ରା କୁହନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନିରଥ ସିଂହଦ୍ଵାର ଲାଗିଛି । ଆସନ୍ତାକାଲି ଶନିବାର ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ନବମୀ ଦିନ ରାତିରେ ବଡସିଂହାର ବେଶ, ପହୁଡଆଳତି ସରିବା ପରେ ଶ୍ରୀଜୀଉଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକ ମାନେ ଗମ୍ଭୀରାରୁ ବାହାରି ଆସିଥିଲେ । ପରେ ପରେ କୋଠସୁଆଁସିଆ ମାନେ ଚାରମାଳ ବାନ୍ଧିଥିଲେ ।

ସକାଳ ମଙ୍ଗଳାଆଳତି ୮ଟା୨୫,ତଡପଲାଗି ୮.୪୦, ଅବକାଶ ପୂଜା ଠା ସକାଳ ୮ଟା ୪୫,ଅବକାଶ ପୂଜା ୮.୫୫,ଅବକାଶ ଶେଷ ୯ଟା, ରୋଷହୋମ ୮.୩୦,ସୂର୍ଯ୍ୟ ପୂଜା ୯ଟା୧୫,ବେଶ ଶେଷ ୯ଟା.୨୦,ଦ୍ବାରପାଳ ପୂଜା ୯ଟା୨୫,ଗୋପାଳବଲ୍ଲଭ ଓ ସକାଳଧୂପ ପୂଜା ୯ଟା୪୦ ରେ ସମ୍ପନ୍ନ ହୋଇଥିଲା । ସକାଳ ୧୦ଟା ୩୫ରେ ମଙ୍ଗଳାର୍ପଣ ହୋଇ ୧୦ଟା ୫୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୧୫ରେ ଶେଷ ହୋଇଥିଲା ହ
ଜଗମୋହନ ପାଖରେ ଟାହିଆ ଲାଗି କରାଯାଇଥିଲା ।

ପରେ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ପରେ ଶ୍ରୀବଳଭଦ୍ର , ଦେବୀ ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ରଥାରୁଢ ହୋଇଥିଲେ । ମଦନମୋହନ ନନ୍ଦିଘୋଷରେ ଓ ରାମକୃଷ୍ଣ ଦର୍ପଦଳନ ରଥରେ ୨ଟା ୪୫ରେ ବିଜେ ହୋଇଥିଲେ । ଘଣ୍ଟ ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳେ ତାଳେ ପହଣ୍ଡ ପହଣ୍ଡ ପକାଇ ପହଣ୍ଡି ବିଜେ ହୋଇଥିଲେ । ଝୁଲି ଝୁଲି ହଲି ହଲି ଟାହିଆ ହଲାଇ ଆସିବା ଦୃଶ୍ଯ ବେଶ ମନମୁଗ୍ଧକର ହୋଇଥିଲା । ବିଗ୍ରହ ମାନଙ୍କୁ ରଥରେ ରୁନ୍ଧା ଯାଇଥିଲା । ମଇଲମ ଓ ବେଶ ଶେଷ ଅପରାହ୍ନ ୩ଟା ରେ ଶେଷ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପଦାଧିକାରୀ, କର୍ମଚାରୀ,ପୋଲିସ ଫୋର୍ସ, ଏସ୍କକର୍ଟ ଗାଡି ସହ ଛେରାପହଁରା ନିମିନ୍ତ ଗୁଣ୍ଡିଚାଘର ଠାରୁ ରଜାଙ୍କ ଶ୍ରୀନଅର ଅଭିମୁଖେ ଯାଇଥିଲେ । ତାମଜାନ, କାହାଳୀଆ ଓ ଭାରୁଆ ଲୋକ ମାନେ ବଡଶଙ୍ଖ ଠାରେ ଅପେକ୍ଷା କରିଥିଲେ । ଶ୍ରୀନଅର ଠାରୁ ଗଜପତି କାର ଯୋଗେ ବଡଶଙ୍ଖ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ କାହାଳୀ, ଛତି ଓ ଶୋଭାଯାତ୍ରାରେ ଗଜପତି ତାମଜାନରେ ବସି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଠାରେ ପହଞ୍ଚିଥିଲେ ।

ଅପରାହ୍ନ ୩ଟା୨୦ ରୁ ୪ଟା ୨୦ ପଯ୍ୟନ୍ତ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥରେ ଛେରାପହଁରା କରିଥିଲେ । ପରେ ଭୋଇ ସେବକ ମାନେ ତିନିରଥରୁ ଚାରମାଳ ଖୋଲିଥିଲେ । ରୂପକାର ସେବକ ମାନେ ଘୋଡା ଯୋଚିଥିଲେ । ମହାରଣା ଓ ଭୋଇ ସେବକ ମାନେ ରଥଦଉଡି ବାନ୍ଧିଥିଲେ । ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶ କ୍ରମେ ରଥଟଣା ଆରମ୍ଭ ହୋଇଥିଲା ।

। ପ୍ରଥମେ ଅପରାହ୍ନ ୪ ଟା ୩୦ ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା । ୫ଟା୦୫ରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଅପରାହ୍ନ ୫ଟା ୩୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ତିନିରଥରେ ପୋଡପିଠା ଭୋଗ ଅର୍ପଣ କରାଯାଇଥିଲା ।

ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ସିଂହଦ୍ୱାର ଦ୍ବାରରେ ଲାଗିବା ପରେ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିଥିଲା ।ମହାଜନ ସେବକ ମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ଶ୍ରୀମନ୍ଦିର ସାତପାହାଚ ଦ୍ବାର ଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କି ନେଇ ଆନନ୍ଦ ବଜାର ଚାହାଁଣୀ ମଣ୍ଡପରେ ରଖିଥିଲେ । ନନ୍ଦିଘୋଷ ରଥ ନିକଟକୁ ପାଲିଙ୍କି ନିଆଯାଇଥିଲା । ଶ୍ରୀମନ୍ଦିରରୁ ମା ଲକ୍ଷ୍ମୀ ଯିବା ସମୟରେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ସମ୍ମୁଖରେ ରଥ ଘେର ପକାଯାଇଥିଲା ।

ଗଜପତି ମହାରାଜ ଦହି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଠାକୁରାଣୀ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ସହିତ ଭଟେ ହୋଇଥିଲେ । ମା ଲକ୍ଷ୍ମୀଙ୍କୁ ରଥ ଚାରିପଟେ ବୁଲାଇବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ପରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଟଣା ଯାଇଥିଲା । ଏହି ଲକ୍ଷ୍ମୀ ନାରାୟଣ ଭେଟ ନୀତିରେ ଭିତରଚ୍ଛ, ପତିମହାପାତ୍ର, ଗରାବଡୁ, ବିମାନବଡୁ ମହାଜନ, ବଜନ୍ତରୀ ସେବକ ମାନେ ଉପସ୍ଥିତ ଥିଲେ ।

ଭକ୍ତ ମାନଙ୍କ ହରିବୋଲ, ହୁଳୁହୁଳି ,ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀନଅର ସମ୍ମୁଖରେ । ଲକ୍ଷ୍ମୀନାରାୟଣ ଭେଟ ନୀତି ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଶରଧାବାଲି ଓ ବଡଦାଣ୍ଡରେ ଭଜନ କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା । ରାତି ୧୦ ଟା ପରେ ସିଂହଦ୍ୱାର ରେ ନନ୍ଦିଘୋଷ ରଥ ଲାଗିଥିଲା | ଶ୍ରୀମନ୍ଦିର ସିଂହଦ୍ଵାରରେ ତିନିରଥ ଲାଗିଥିଲା । ଶନିବାର ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଟକିବେ ମହାପ୍ରଭୁ । ରାଜ୍ଯ ଓ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

July 25, 2026
ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

July 25, 2026
ବାହୁଡା ଯାତ୍ରାର ରଥ ରନୱେରୁ……

ବାହୁଡା ଯାତ୍ରାର ରଥ ରନୱେରୁ……

July 25, 2026
ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର

ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର

July 24, 2026

Recent News

ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

July 25, 2026
ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

July 25, 2026
ବାହୁଡା ଯାତ୍ରାର ରଥ ରନୱେରୁ……

ବାହୁଡା ଯାତ୍ରାର ରଥ ରନୱେରୁ……

July 25, 2026
ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର

ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର

July 24, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା

July 25, 2026
ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ

July 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version