ପୁରୀ, (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ ) ୬୬୨ ବର୍ଗର ସଭାପତି ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ପୁରୀରେ ସଂଗଠନର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଗଠନର କାର୍ଯ୍ୟକାରୀ ସଭ୍ୟ ପ୍ରଭାସ ମଙ୍ଗରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମଙ୍ଗରାଜ ସାଙ୍ଗଠନିକ ବିବରଣୀକୁ ବିସ୍ତୃତଭାବେ ଉପସ୍ଥାପନା କରିଥିଲେ l ଆଭାସି ବୈଠକର ନିଷ୍ପତି ଅନୁସାରେ ସଂଗଠନକୁ ସୁଦୃଢ କରିବା ଉର୍ଦ୍ଧେଶରେ ବିଭିନ୍ନ ଜିଲ୍ଲାର ଉପସ୍ଥିତ ୪୧ ଜଣ ସଦସ୍ୟମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା କରାଯାଇ ସଂଗଠନ ବିରୋଧୀ କାର୍ଯ୍ୟକରି ସଂଗଠନରୁ ବାହାରି କିଛି ବ୍ୟକ୍ତି ବିଶେଷ ଅନ୍ୟ ସଂଗଠନରେ ମିଶି ଥିବାରୁ ଏହାକୁ ସଭାରେ ନିନ୍ଦା କରାଯାଇଥିଲା |
















