No Result
View All Result
ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁରସ୍ଥ ପବିତ୍ର ଧ୍ୟାନକୁଦ ପୀଠରେ ଶୁକ୍ରବାର ଶ୍ରୀଜୀୟୁ ଙ୍କ ବାହୁଡା଼ ଯାତ୍ରା ରୀତିନୀତି ରେ ଅନୁଷ୍ଠିତ ହୋଇଯାଇଛି l ଏହିଉପଲକ୍ଷେ ପ୍ରଭାତରେ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ସକାଳ ଧୂପ, ସେନାପଟାଲାଗି ମଙ୍ଗଳାର୍ପଣ, ଟାହିଆବିଜେ, ପହଣ୍ଡି, ଆଚାର୍ଯ୍ୟ ଙ୍କ ରଥପରିକ୍ରମା, ପହଣ୍ଡିରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଙ୍କୁ ଅଣାଯାଇ ରଥା ରୁଢ଼ କରାଯାଇଥିଲା l

ମଦନମୋହନ ବିଜେ, ଚିତାଲାଗି ରଥରେ ବେଦମନ୍ତ୍ର ପାଠ, ମନ୍ଦିରର ଶଙ୍କରାଚାର୍ଯ୍ୟ ବାବା ଅରକ୍ଷିତ ଦାସ ମହାରାଜ ଙ୍କ ରଥ ପରିକ୍ରମା l ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ଦ୍ୱାର ଛେରା ପହଁରା କରାଯିବାପରେ ଚାରମାଳଫିଟା ଘୋଡା ସାରଥୀ ଲାଗିଥିଲା l

ମନ୍ଦିର ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କ ନେତୃତ୍ୱରେ ଦୈତାପତି ମାନଂକଦ୍ୱାରା ରଥଟଣା କାର୍ଯ୍ୟ କରାଯାଇଥିଲା l ଶ୍ରଦ୍ଧାଳୁ ଭକ୍ତ ମାନେ ମାଉସୀମା ମନ୍ଦିରରୁ ରଥକୁ ଟାଣି ଟାଣି ଆଣି ଶ୍ରୀମନ୍ଦିର ପାଖରେ ରଖିଥିଲେ l ସେଠାରେ ଶନିବାର ସୁନାବେଶ ରବିବାର ଅଧର ପଣା, ସୋମବାର ନୀଳାଦ୍ରି ବିଜେ କରାଯିବାର କାର୍ଯ୍ୟକ୍ରମ ରହିଛି l ଏହି ରଥଟଣା କାର୍ଯ୍ୟକ୍ରମ ରେ ବହୁ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ l

No Result
View All Result