ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଟଗଡ଼ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଓ ୱାର୍ଡ ମେମ୍ବର ସନାତନ ଦୋରାଙ୍କ ଆବାହକତ୍ୱରେ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ପଞ୍ଚମ ବାର୍ଷିକ ବିଶ୍ଵାଶାନ୍ତି ମହାଯଜ୍ଞାର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି l

ଏହି ମlଙ୍ଗଳିକ କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁରର ପୂର୍ବତ୍ତନ ବିଜେଡ଼ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁର ବ୍ଲକ ବିଜେଡି ସଭାପତି ସଚ୍ଚି କାନ୍ତ ଷଡ଼ଙ୍ଗୀ ଓ ରାଜସୁନାଖଳା ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିବାବେଳେ ଗ୍ରାମବାସୀମାନଙ୍କ ସହିତ ମିଶି ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।















