• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
May 13, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦେଶରେ ନିଟ ପରୀକ୍ଷା ବିଭ୍ରାଟ କୁ ନେଇ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି l ବାରମ୍ବାର ପ୍ରଶ୍ନପତ୍ର ଲିକ, ପୁନଃ ପରୀକ୍ଷା ସୂଚାଉଛି କି କେନ୍ଦ୍ର ସରକାର ସାମାନ୍ୟ ପରୀକ୍ଷା ମଧ୍ୟ ପରିଚାଳନାରେ ଅକ୍ଷମ l ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି ବୋଲି ଆମେ ଅନୁଭବ କରୁଛୁ l ସୂଚନା ଯୋଗ୍ୟ କି 2015 ମସିହାରେ ନିଟ ବିଭ୍ରାଟ ଯୋଗୁଁ ପରୀକ୍ଷା ବାତିଲ ହେଵା ହେତୁ ପରୀକ୍ଷା ପରିଚାଳନାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା l 2017 ମସିହାରେ କେନ୍ଦ୍ର ସରକାର ନାଶନାଲ ଟେଷ୍ଟିଙ୍ଗ ଏଜେନସି ଗଠନ କରି ପରୀକ୍ଷା ପରିଚାଳନା କରୁଛନ୍ତି  l

ହେଲେ ଏହି ସଂସ୍ଥା ପରିଚାଳନାରେ ବହୁବାର ବିଭ୍ରାଟ ହୋଇ ସାରିଲାଣି l 2024 ମସିହାରେ ପ୍ରଶ୍ନପତ୍ର ଲିକ ଓ ଗୁରୁତର ବିଭ୍ରାଟ ଯୋଗୁଁ ଅନେକ ଗିରଫଦାରୀ ସି ବି ଆଇ ତଦନ୍ତ, ମହାନିର୍ଦେଶକ ଙ୍କୁ ହଟାଇବା ଆଦି ଅନେକ ଘଟଣା ଓ ସୁପ୍ରିମ କୋର୍ଟ ରେ ଦୁଇଦିନ ଲଗାତାର ଶୁଣାଣି ଚାଲିବା ସହିତ ସରକାରଙ୍କ ଅପାରଗତା ପଦାରେ ପଡିଥିଲା l ଏବର୍ଷ ପୁଣି ପ୍ରଶ୍ନପତ୍ର ଲିକ ହୋଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି l ପୁଣି 23 ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଛି ଏନ ଟି ଏ ବା ଶିକ୍ଷା ମନ୍ତ୍ରାଳୟ l ମେ 3 ର ପରୀକ୍ଷା ପରେ 12 ତାରଖ ରେ ପରୀକ୍ଷା ବାତିଲ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଅପାରଗତା କୁ ପଦlରେ ପକାଇଛି l

ଦେଶ ସାରା ବିରୋଧ ଓ ପ୍ରଦର୍ଶନ ହେଉଛି l ଆମେ ଭାବୁଛୁ ଏହା ଏକ ସୁ ବ୍ୟବସ୍ଥିତ ଘୋଟଲା l ଏନ ଟି ଏ ଅଧିକାରୀ, ଶିକ୍ଷା ମନ୍ତ୍ରାଳୟ ଓ କୋଚିଂ ସେଣ୍ଟର ମାନଙ୍କ ଅସାଧୁ ମେଣ୍ଟ ବା ସିଣ୍ଡିକେଟ ଏହି ଘୋଟଲା କରୁଛନ୍ତି l ଶିକ୍ଷା ମନ୍ତ୍ରାଳୟ ଏହା କୁ ମନିଟରିଙ୍ଗ କରିବାରେ ସମ୍ପୂର୍ଣ ବିଫଳ l ଧର୍ମେନ୍ଦ୍ର ପ୍ରଧାନ ନିଜ ଗୁରୁ ଦାୟିତ୍ବ ନିର୍ବାହ କରିବାରେ ଚରମ ବିଫଳ ହୋଇଛନ୍ତି l ତେଣୁ ଶିକ୍ଷା ମନ୍ତ୍ରାଳୟ ର ଏହି ଦାୟିତ୍ବ ହୀନତା ସେ ଦେଶବାସୀଙ୍କୁ କ୍ଷମା ମାଗୁ l ସିବିଆଇ ୨୦୨୪ରେ ଏଭଳି ଅନିୟମିତତା ରୋକି ପାରିଲା ନାହିଁ, ଆମେ ଦାବି କରୁଛୁ – ସୁପ୍ରିମ୍ କୋର୍ଟ୍ ଜଜ୍ ଙ୍କ ନେତୃତ୍ୱରେ ଜୁଡିସିଆଲ୍ ତଦନ୍ତ ହେଉ l ଭବିଷ୍ୟତରେ ଏଭଳି ନିଟ୍ ସ୍କ୍ୟାମ୍ ବନ୍ଦ ହେବା ଉଚିତ୍ l

ଏହି ଚରମ ବିଶୃଙ୍ଖଳା ଓ ବିଭ୍ରାଟ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୂର୍ଣ ଦାୟୀ l ଅପାରଗ ମନ୍ତ୍ରରୀ ବେଶିଦିନ ରହିଲେ ଏଭଳି ବିଭ୍ରାଟ ହୋଇ ଚାଲିବ ଓ ଆଗାମୀ ଦିନରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ l ତେଣୁ ତୁରନ୍ତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ନୈତିକ ତା ଦୃଷ୍ଟି ରୁ ଇସ୍ତଫା ଦିଅନ୍ତୁ l ଶୀଘ୍ର ଇସ୍ତଫା ନଦେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱରୁ ଅବ୍ୟାହତି ଦିଅନ୍ତୁ ବୋଲି ଓଡିଶା ଜନତା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ରେ କହିଛି l ଆଜିର ସାମ୍ବାଦିକ ସମ୍ମିଳନୀକୁ ଓଜେସିର ବରିଷ୍ଠ ନେତା ପ୍ରଦୀପ ପ୍ରଧାନ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଯିବୁର ରେହମାନ ଖାନ ଓ ପ୍ରସନ୍ନ ବିଷୋୟୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version