No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ଓଡିଆ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀ ଗତ କିଛି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ପୃଷ୍ଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ Covid19 ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଏଥିସହ ସେ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ତାଙ୍କର ସମାଜକଲ୍ୟାଣକାରୀ ଅନୁଷ୍ଠାନ ସମ୍ମାନିତା ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

Covid19 ର ଦ୍ୱିତୀୟ ଲହର ଆଣିଥିବା ଭୟଙ୍କର ପରିସ୍ଥିତି କାରଣରୁ ରୋଜଗାର କରିବାକୁ ସଂଘର୍ଷ କରୁଥିବା ଭୁବନେଶ୍ୱର ରେଳଷ୍ଟେସନର ଯାତ୍ରୀ ସହାୟକଙ୍କ ମଧ୍ୟରେ ଶୁକ୍ରବାର ଦିନ, ଭୁବନେଶ୍ୱରଏନଜିଓଫିନିକ୍ସ ସେବା ସହ ମିଶି ଗ୍ରୋସରୀ ବଣ୍ଟନ କରିଛନ୍ତି । ହିତାଧିକାରୀ ଯାତ୍ରୀ ସହାୟକ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହି କଠିନ ସମୟରେ ସେମାନଙ୍କ ବିଷୟରେ ଚିନ୍ତା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

No Result
View All Result