No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନଥିଲା । ଆଉ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ । ଏଭଳି ସମୟରେ କେନ୍ଦ୍ର ଉପରେ ଆମେ ଆର୍ଥିକ ବୋଝ ଲଦିବାକୁ ଚାହୁଁନାହୁଁ । ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ଆମେ ଆମ ସମ୍ବଳରେ ପରିଚାଳନା କରିବୁ ।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ଯୋଗୁ ଏହାର ଦୀର୍ଘସୂତ୍ରୀ ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି । ବିପର୍ଯ୍ୟୟକୁ ସମ୍ଭାଳିପାରୁଥିବା ଭଳି ବିଦ୍ୟୁତ୍ ବ୍ୟବସ୍ଥା ସହିତ ଉପକୂଳକୁ ସୁରକ୍ଷା ଯୋଗାଇ ପାରୁଥିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି ।

ଏହା ସହିତ ବାତ୍ୟା ‘ୟାସ୍’ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହା ସହିତ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏବଂ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

No Result
View All Result