No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ବାଙ୍କୀ :- ଆଜି ଉପଖଣ୍ଡର ୩ଗୋଟି ସେବା ସମବାୟ ସମିତି ତାଳବସ୍ତ, ବ୍ରହ୍ମପୁରା ଓ ଭେଡାରାମଚନ୍ଦ୍ରପୁରରେ ରବି ଧାନ ମଣ୍ଡି ଖୋଲା ଯାଇଛି । ତାଳବସ୍ତ ସେବା ସମବାୟ ସମିତି ଠାରେ ଆଜି ୧୬ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୭୨୦କ୍ୱିଣ୍ଟାଲ୍ ଧାନ ବିକ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୧୮ଜଣ ଚାଷୀଙ୍କର ନାମ ପଞ୍ଜିକରଣ କରାଯାଇଛି ବୋଲି ସମିତି ସଂପାଦକ ପ୍ରଫୁଲ କୁମାର ଦାଶ ପ୍ରକାଶ କରିଛନ୍ତି । ସେହିପରି ବ୍ରହ୍ମୁପରା ସେବା ସମବାୟ ସମିତି ଠାରେ ଆଜି ୨୫ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୮ଶହ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୬୫ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇଛି ବୋଲି ସଂପାଦକ ଦୀପକ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି । ବାଙ୍କୀ ସମବାୟ ସର୍କଲ ଏ.ଆର.ସି.ଏସ୍ ଜ୍ୟୋର୍ତିରଞ୍ଜନ ସେଠୀ ବ୍ରହ୍ମୁପରା ସେବାସମବାୟ ସମିତିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତନଖି କରିଥିଲେ ।

ଭେଡାରାମଚନ୍ଦ୍ରପୁର ସେବା ସମବାୟ ସମିତିରେ ଆଜି ଆରମ୍ଭ ହୋଇଥିବା ଧାନମଣ୍ଡିକୁ ବାଙ୍କୀ ସମବାୟ ସର୍କଲ ଏ.ଆର.ସି.ଏସ୍ ଜ୍ୟୋର୍ତିରଞ୍ଜନ ସେଠୀ ଉଦ୍ଘାଟନ କରିଥିବା ବେଳେ ସମବାୟବିତ୍ ତଥା ସେବା ସମବାୟ ସମିତିର ପୂର୍ବତନ ସଭାପତି ସମରେନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ହିତ ପାଇଁ ସବୁବେଳେ ଏହି ସମିତି କାର୍ଯ୍ୟକରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦକ ସୌମ୍ୟରଞ୍ଜନ ଦାସ ପରିଚାଳନା କରିଥିଲେ । ଆଜି ୧୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୨୫୦କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୪୧ଜଣ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଛି ବୋଲି ସମିତି ସଂପାଦକ ସୌମ୍ୟରଞ୍ଜନ ଦାସ ପ୍ରକାଶ କରିଥିଲେ ଏବଂ କର୍ମଚାରୀ ସୁବାସ ଚନ୍ଦ୍ର ମନ୍ତ୍ରୀ ପରିଚାଳନା କରିଥିଲେ ଓ ଭେଡାରାମଚନ୍ଦ୍ରପୁରରେ ରବି ଧାନ ମଣ୍ଡି ଖୋଲା ଯାଇଛି ।

ତାଳବସ୍ତ ସେବା ସମବାୟ ସମିତି ଠାରେ ଆଜି ୧୬ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୭୨୦କ୍ୱିଣ୍ଟାଲ୍ ଧାନ ବିକ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୧୮ଜଣ ଚାଷୀଙ୍କର ନାମ ପଞ୍ଜିକରଣ କରାଯାଇଛି ବୋଲି ସମିତି ସଂପାଦକ ପ୍ରଫୁଲ କୁମାର ଦାଶ ପ୍ରକାଶ କରିଛନ୍ତି । ସେହିପରି ବ୍ରହ୍ମପୁରା ସେବା ସମବାୟ ସମିତି ଠାରେ ଆଜି ୨୫ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୮ଶହ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୬୫ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇଛି ବୋଲି ସଂପାଦକ ଦୀପକ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି । ବାଙ୍କୀ ସମବାୟ ସର୍କଲ ଏ.ଆର.ସି.ଏସ୍ ଜ୍ୟୋର୍ତିରଞ୍ଜନ ସେଠୀ ବ୍ରହ୍ମୁପରା ସେବାସମବାୟ ସମିତିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତନଖି କରିଥିଲେ ।
ଭେଡାରାମଚନ୍ଦ୍ରପୁର ସେବା ସମବାୟ ସମିତିରେ ଆଜି ଆରମ୍ଭ ହୋଇଥିବା ଧାନମଣ୍ଡିକୁ ବାଙ୍କୀ ସମବାୟ ସର୍କଲ ଏ.ଆର.ସି.ଏସ୍ ଜ୍ୟୋର୍ତିରଞ୍ଜନ ସେଠୀ ଉଦ୍ଘାଟନ କରିଥିବା ବେଳେ ସମବାୟବିତ୍ ତଥା ସେବା ସମବାୟ ସମିତିର ପୂର୍ବତନ ସଭାପତି ସମରେନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ହିତ ପାଇଁ ସବୁବେଳେ ଏହି ସମିତି କାର୍ଯ୍ୟକରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦକ ସୌମ୍ୟରଞ୍ଜନ ଦାସ ପରିଚାଳନା କରିଥିଲେ । ଆଜି ୧୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୨୫୦କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୪୧ଜଣ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଛି ବୋଲି ସମିତି ସଂପାଦକ ସୌମ୍ୟରଞ୍ଜନ ଦାସ ପ୍ରକାଶ କରିଥିଲେ ଏବଂ କର୍ମଚାରୀ ସୁବାସ ଚନ୍ଦ୍ର ମନ୍ତ୍ରୀ ପରିଚାଳନା କରିଥିଲେ
(ରିପୋର୍ଟ ଗୌତମ ମିଶ୍ର )
No Result
View All Result