No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ବାଙ୍କୀ :- ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ଦିବସ ବାଙ୍କୀ ଯୁବକଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଦିବସରେ କଂଗ୍ରେସ ପକ୍ଷରୁ ସମଗ୍ର ଭାରତବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ସାରା ଭାରତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଜନସାଧାରଣ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି । କଂଗ୍ରେସ ଦଳ ସର୍ବଦା କରୋନା ପିଡିତାମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିଆସୁଛି ।
ଆଜି ବାଙ୍କୀ ଯୁବ କଂଗ୍ରେସ ପକ୍ଷରୁ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ଆଜିର ଦିବସକୁ ସେବା ଦିବସ ଭାବେ ପାଳନ କରାଯାଇଛି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ.ସ୍ମୃତିରଞ୍ଜନ ଲେଙ୍କା ଉପସ୍ଥିତ ରହି କଳାପଥରର ଉପସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ସଂପର୍କରେ ବିଭାଗୀୟ ଅଧିକାରୀ ଡାକ୍ତର ସୁନୀଲ କୁମାର ମାନ୍ଧତାଙ୍କ ସହ ଆଲୋଚନା କରିବା ସହ ରୋଗୀମାନଙ୍କ ସେବା ବ୍ୟବସ୍ଥା ସଂପର୍କରେ ମତବିନିମୟ କରିଥିଲେ ।
ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳି ଯୁବକଂଗ୍ରେସ ସଭାପତି ଆଇନ୍ଜୀବୀ ଶିବବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ଯୁବକଂଗ୍ରେସ ସଭାପତି ବିଭୂତି ଭୂଷଣ ଦଳସିଂହ ରାୟ , ସଭ୍ୟ ସୋମନାଥ ପଣ୍ଡା, ପ୍ରମୋଦ ପଣ୍ଡା, ବସନ୍ତ କୁମାର ନାୟକ, ରଞ୍ଜିତ୍ କୁମାର, ଅବସରପ୍ରାପ୍ତ ଶିକ୍ଷକ, ଧର୍ମଧର ଜୁଝାର୍, ପିୟୁଷ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result