• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର

Proprietor Abhimanyu Maharana by Proprietor Abhimanyu Maharana
August 6, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର
Share on FacebookShare on TwitterWhatsapp

ରାଜ୍ୟ ସରକାର ବିକଶିତ ଓଡିଶା ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷକ ଓ ଅଧ୍ୟୟନ ରତ ଶିକ୍ଷାର୍ଥୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଏହାର ତ୍ୱରିତ ଦୂରୀକରଣ ଆବଶ୍ୟକ ।

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆଜି ମଙ୍ଗଳବାର ଅପରାହ୍ନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର ଟାଙ୍ଗୀ ବିଡ଼ିଓ ରୁମାନା ଜାଫ୍ରିଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ, ୧୯୪୭ମସିହାରେ ଦେଶ ସ୍ୱାଧୀନ ହେଲେହେଁ, ବ୍ରିଟିଶ ସରକାର ଙ୍କ ଦ୍ଵାରା ପ୍ରଣିତ ଘରୋଇ ଶିକ୍ଷାନୁଷ୍ଠାନ ରେ ନିଯୁକ୍ତ ଶିକ୍ଷକ କର୍ମଚାରୀ ମାନଙ୍କୁ ଅନୁଦାନ ଓ ଚାକିରୀ ସର୍ତ୍ତା ବଳି ଇତ୍ୟାଦି ବହୁ ଶିକ୍ଷକ ଓ ଶିକ୍ଷା ବିରୋଧୀ ନୀତି ବଳବତର ରହିଥିଲା ୧୯୭୩ମସିହା ପର୍ଯ୍ୟନ୍ତ । ଶିକ୍ଷକ ମାନଙ୍କ ଅବସ୍ଥା ଗୋତି ଶ୍ରମିକ ଠାରୁ ନ୍ୱିନ ଥିଲା ବହୁ ଶିକ୍ଷକ ସକାଳେ ସୁର୍ଯୋଦୟ ଦେଖି ସ୍କୁଲ ଯାଉଥିଲେ, କିଂତୁ ଚନ୍ଦ୍ର ଉଦୟ ବେଳକୁ ଚାକିରୀ ନଥିଲା ।

ପରିଚାଳନା କମିଟି ସମ୍ପାଦକ ଦୟା ଦେଖାଇ ଦରମା ମାଗିଲେ ବହୁକଷ୍ଟରେ ୧୦/୨୦ଟଙ୍କା ଧରାଇ ଦେଉଥିଲେ । ପୂରା ଦରମା ପାଇଛ ବୋଲି ଲେଖାଇ ନେଉଥିଲେ।ନିଯୁକ୍ତି ପୂର୍ବରୁ ଇସ୍ତଫାପତ୍ର ମଧ୍ୟ ଅନେକ ଜାଗାରେ ଲେଖାଇ ନିଆଯାଉଥିଲା । ଏହାର ନିରାକରଣ, ଶିକ୍ଷକ ମାନଙ୍କୁ ପ୍ରତ୍ୟେକ୍ଷ ଅନୁଦାନ ପ୍ରଦାନ, ପରିଚାଳନା କମିଟିର କ୍ଷମତା ହ୍ରାସ ଇତ୍ୟାଦି ଦାବୀ ନେଇ ଅଲୋ ଷ୍ଟା, ଓଷ୍ଟା ଓ ବେସରକାରୀ କଲେଜ ଶିକ୍ଷକ ସଂଘକୁ ଏକାଠି କରି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଗଠିତ ହେଲା ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ସଭାପତି ଓ ଅବନୀକୁମାର ବରାଳ ଏହି ସଂଗଠନ ର ସାଧାରଣ ସମ୍ପାଦକ ରହିଲେ ।

ଶିକ୍ଷକ ମହାସଂଘ ନେତୃତ୍ୱରେ ଶିକ୍ଷକ ଜାତିର ସ୍ୱାଭିମାନ ରକ୍ଷା ପାଇଁ ସାରା ରାଜ୍ୟରେ ଗଢି ଉଠିଲା ଦୁର୍ବାର ଆନ୍ଦୋଳନ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଶିକ୍ଷକ ମାନଙ୍କର ୪ଟି ପ୍ରମୁଖ ଦାବୀଙ୍କୁ ଗ୍ରହଣ କରିନେଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ୧୯୭୩ମସିହାରେ ଯେଉଁ ଆଇନ ଦ୍ଵାରା ଶିକ୍ଷକ ଓ ଶିକ୍ଷାର ଅଭୂତ ପୂର୍ବ ପରିବର୍ତ୍ତନ ହେଲା, ସେହି ଆଇନ ପରବର୍ତ୍ତୀ ସମୟରେ ଆଉ କାର୍ଯ୍ୟକରୀ ହେଲା ନାହିଁ।ଅଥଚ ବିଦେଶୀ ଇଂରେଜ ସରକାରଙ୍କ ଦ୍ଵାରା ପ୍ରଣିତ ଆମ ସ୍ବଦେଶୀ ସରକାର ସ୍ୱାଧୀନତାର ପରବର୍ତ୍ତୀ ୨୫ବର୍ଷ ପର୍ଯ୍ୟନ୍ତ ଚଳାଇ ରଖିଥିଲେ।

ଶିକ୍ଷା ହେଉଛି ସାମାଜିକ ବିକାଶ ର ମୂଳଭୀତି ବୋଲି ଡିଣ୍ଡିମ ପିଟୁଥିବା ଆମ ସ୍ବଦେଶୀ ସରକାର ବ୍ରିଟିଶ ସରକାର ଠାରୁ ଅଧିକ ପ୍ରୋତ୍ସାହନ ଦେବାକୁ କୁଣ୍ଠାବୋଧ କରି ଆସୁଛନ୍ତି ଏଯାବତ ୧୯୭୩ମସିହା ଠାରୁ ଯେତେ ସ୍କୁଲ ଓ କଲେଜ ଅନୁଦାନ ପାଇବା, ପେନସନ ପାଇବା, ସରକାରୀ ହେବା ଇତ୍ୟାଦି କେବଳ ଶିକ୍ଷକ ମହାସଂଘ ଆନ୍ଦୋଳନ ଯୋଗୁ ସମ୍ଭବ ହୋଇଛି।ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବ୍ଲକ ଗ୍ରାଣ୍ଟ ଅନୁଦାନ ନୀତି ଓଡିଶା ର ଶିକ୍ଷା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ରୂପେ ବିବେଚିତ ଲୋକଙ୍କସରକାର କ୍ଷମତା ସୀନ ହେବା ପରେ ଆଶା କରାଯାଉଥିଲା

ସବୁ ବର୍ଗର ଶିକ୍ଷକଙ୍କୁ ସମାନ ଦରମା ଓ ପେନସନ ମିଳିବ ଶିକ୍ଷା ପାଇଁ ମୋହନ ସରକାରଙ୍କ ଆକାଶ ଛୁଆଁ ଘୋଷଣା ହେଉଥିବା ବେଳେ ଏପରି ଶିକ୍ଷକ ଅଛନ୍ତି ଯେଉଁ ମାନେ ୨୫/୩୦ବର୍ଷଧରି ନିଷ୍ଠାର ସହ ଶିକ୍ଷକତା କରି ବିନା ପେନସନ ରେ ଅବସର ଗ୍ରହଣ କରୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି ସେହି ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପାଠ୍ୟପୁସ୍ତକ ପୋଷାକ, ଛତା, ଜୋତା ଇତ୍ୟାଦି ପ୍ରଦାନ କରାଯାଉ ନାହିଁ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଶିକ୍ଷକ ହିସାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ଜଣେ ଶିକ୍ଷକ ର ହୃଦୟ ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଚାରି ଦଫା ସମ୍ବଳିତ ଦାବୀଙ୍କୁ ପୂରଣ କରିବେ ବୋଲି ଓଡ଼ିଶାବାସୀ ଆଶା କରନ୍ତି।ଏହି ଦାବୀ ଗୁଡିକ ମଧ୍ୟରେ ରହିଛି, ସମସ୍ତ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନ ର ଶିକ୍ଷକ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତା ବଳି ସହ ଅନୁଦାନ ଓ ପେନସନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରେ ଶୂନ୍ୟ ପଦବୀ ପୂରଣ ଓ ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି ଇତ୍ୟାଦି ରହିଛି ।

ଟାଙ୍ଗୀ ବିଡ଼ିଓ ରୁମାନା ଜାଫ୍ରି ଙ୍କୁ ଟାଙ୍ଗୀ ବ୍ଲକ ଓଷ୍ଟା ସଭାପତି ବଳରାମ ପାଇକରାୟ, ସମ୍ପାଦକ ଅଜୟ କୁମାର ପରିଡାଙ୍କ ନେତୃତ୍ୱରେ ଦାବୀ ପତ୍ର ପ୍ରଦାନ କରା ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିଲେ ଓଷ୍ଟା ର ସହ ସମ୍ପାଦକ ରମାକାନ୍ତ ମହାପାତ୍ର ଓ ଓଷ୍ଟାର ପୂର୍ବତନ ସଭାପତି ତଥା ଅଖିଳ ଭାରତୀୟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ମହାସଂଘର ପ୍ରାକ୍ତନ ଉପସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସହିତ ଅନେକ ଶିକ୍ଷକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ

August 6, 2026
ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର

ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର

August 6, 2026
ଏ.ବି.ପି.ଏମ୍.ଜେ.ଏ.ୱାଇ – ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ

ଏ.ବି.ପି.ଏମ୍.ଜେ.ଏ.ୱାଇ – ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ

August 5, 2026
ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ

ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ

August 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ

August 6, 2026
ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର

ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର

August 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version