ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଡାକ୍ତରଙ୍କ ଲୋଗୋ ଲଗାଇ ଦାମୀ ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଟାଙ୍ଗୀ ପୋଲିସ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୬ଜଣ ଯୁବକ ଗିରଫ । ଚୋରା ଗଞ୍ଜେଇ ଚାଲାଣ ଘଟଣାରେ ଗୋଟେ ବୋଲେରୋ ଓ ଗୋଟେ ହୁଣ୍ଡାଇ କାର ଜବତ କରାଯାଇଥିବା ଜଣାପଡିଛି l ୧୬ ନମ୍ବର ଜାତୀୟ ରାଜପଥ ରେ ବିନା ସଙ୍କୋଚରେ ଡାକ୍ତର ଲୋଗୋ ଲାଗିଥିବା ହୁଣ୍ଡାଇ କାର ଭିତରେ ଡାକ୍ତର ଷ୍ଟାଇଲ ରେ ବସିଥିଲେ ଦୁଇ ଜଣ ଗଞ୍ଜେଇ ବେପାରୀ ।

କନ୍ଧମାଳ ବାଲିଗୁଡା ରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ପାର କରି ଗାଡି ପ୍ରବେଶ କରିଥିଲା ଖୋର୍ଦ୍ଧା ଜିଲ୍ଲାକୁ । ଟାଙ୍ଗୀ ପୁଲିସ ପୂର୍ବରୁ ସୂଚନା ପାଇ ଆଇ ଆଇସି ରବିନ୍ଦ୍ର କୁମାର ଭୂଜବଳ ଙ୍କ ନେତୃତ୍ୱରେ ଗାଡି ଦୁଇଟିକୁ ଅଟକାଇ ଥିଲେ । ଗାଡି ଟିକୁ କାବୁକରିବା ସହ ତାକୁ ପିଛା କରୁଥିବା ଆଉ ଏକ ବୋଲେରୋ କୁ କୁହୁଡି ଫାଣ୍ଡି ନିକଟରେ ଧରିବାରେ ସଫଳ ହୋଇଥିଲା ପୁଲିସ ।
ଗାଡି ଦୁଇଟି କୁ ତନଖି କରିବା ପରେ ଡାକ୍ତର ଲୋଗୋ ଥିବା ଗାଡି ରୁ ୩୨ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛିା ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ପିଛା କରୁଥିବା ବୋଲେରୋ ସହ ହୁଣ୍ଡାଇ କାର ଓ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବାପିନା ମଲ୍ଲିକ ୨୩ ବର୍ଷ,

ଦୀପକ ମଲ୍ଲିକ ୨୦ ବର୍ଷ,ପରୀକ୍ଷିତ ମଲ୍ଲିକ ୨୫ ବର୍ଷ, ସଂଜୀବ କୁମାର ମଲ୍ଲିକ ୩୯ ବର୍ଷ ଜୟରାମ ପ୍ରଧାନ ୨୫ ବର୍ଷ ଓ ସଦାନନ୍ଦ ମଲିକ ୨୭ ବର୍ଷ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ଏହି ଚଢ଼ାଉ ରେ ଆଇ ଆଇ ସି ଶ୍ରୀ ଭୁଜବଳ ଙ୍କ ସମେତ ଏଏସଆଇ ତପନ କୁମାର ନାୟକ,ବସନ୍ତ କୁମାର ବେହେରା,

















