No Result
View All Result
1. ଫର୍ମୁଲେସନ ସହାୟତାରେ ଚିକିତ୍ସାର ପଞ୍ଚମ ଦିନ ୮୬% ଏବଂ ଦଶମ ଦିନ ୧୦୦% ଆରୋଗ୍ୟ ଲାଭ କରାଯାଇପାରୁଛି
2. ଏହା କିଡନି ଏବଂ ଲିଭର ରୋଗୀଙ୍କ ପାଇଁ ମଧ୍ୟ ସୁରକ୍ଷିତ
3. ଏହା ସମ୍ମୁଖ ଭାଗ କର୍ମୀ ଏବଂ ରୋଗୀଙ୍କର ଦେଖାଶୁଣା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ରୋଗ ପ୍ରତିରୋଧ ଚିକିତ୍ସା ଆକାରରେ ବ୍ୟବହାର କରାଯାଇପାରିବ
4. ଏହାକୁ ସେବନ କରିବା ସହିତ କରୋନା ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ
ଓଡ଼ିଶା ତାଜା ନ୍ୟୁଜ୍ (୦୧ ମେ , ଶନିବାର ) ଭୁବନେଶ୍ୱର :- ନିଜର ସର୍ବାଧୁନିକ ଗବେଷଣା ଏବଂ ନବୋନ୍ମେଷ ପାଇଁ ପରିଚିତ ଚେନ୍ନଇସ୍ଥିତ ଏକ ଔଷଧୀୟ କମ୍ପାନୀ ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡ ଏକ ଭୂତାଣୁ ନିରୋଧୀ ହର୍ବାଲ ଫର୍ମୁଲେସନ କ୍ଲେବିରା ପ୍ରସ୍ତୁତ କରିଛି । କ୍ଲେବିରାକୁ ମୁଖ୍ୟତଃ ୨୦୧୭ରେ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା । ଗତବର୍ଷ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଇବା ପରେ ଏହାକୁ ହାଲୁକାରୁ ମଧ୍ୟମ ଧରଣର କୋଭିଡ ଲକ୍ଷଣର ଚିକିତ୍ସା ପାଇଁ ପୁନଃପ୍ରସ୍ତୁତ କରାଯାଇଥିଲା । ଏହି ଉତ୍ପାଦ ସମଗ୍ର ଭାରତରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ପ୍ରତି ବଟିକା ପିଛା ୧୧ ଟଙ୍କା ରଖାଯାଇଛି । ୨୦୨୦ ମେ-ଜୁନରେ ୧୦୦ ଲୋକଙ୍କ ଠାରେ ଏହାର କ୍ଲିନିକାଲ ପରୀକ୍ଷଣ କରାଯାଇଥିଲା ଏବଂ ତାହାର ଫଳାଫଳ ବେଶ୍ ପ୍ରଭାବୀ ଥିଲା । ତାମିଲନାଡୁ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଓମାନଦୁରାର ସରକାରୀ ଇଷ୍ଟେଟ ଚେନ୍ନଇସ୍ଥିତ ସରକାରୀ ମେଡିକାଲ କଲେଜଠାରେ ୩୦ ଦିନ ଅବଧିର ପରୀକ୍ଷଣ କାଳରେ ଚିହ୍ନଟ କରାଯାଇଥିବା୧୦୦ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ସେଥିମଧ୍ୟରୁ ସାର୍ସ-ସିଓଭି-୨ ସଂକ୍ରମିତ ରୋଗୀ ରହିଥିବା ଗୋଷ୍ଠୀକୁ ହସପିଟାଲ ନିୟମ ଅନୁଯାୟୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ / ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ମାନକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା ।
ସେହିଭଳି ସାର୍ସ- ସିଓଭି-୨ ସଂକ୍ରମିତ ବ୍ୟକ୍ତି ରହିଥିବା ପରୀକ୍ଷଣ ଗୋଷ୍ଠୀକୁ ଉପରୋକ୍ତ ମାନକ ଚିକିତ୍ସା ସହିତ କ୍ଲେବିରା ବଟିକା ଦିନକୁ ଖାଇବା ପରେ ଦୁଇଥର (ଗୋଟିଏ ଲେଖାଏଁ ଦିନକୁ ଦୁଇଥର) ୧୪ ଦିନ ପାଇଁ ଦିଆଯାଇଥିଲା । ଜଣାଗଲା ଯେ କ୍ଲେବିରା ଆରୋଗ୍ୟ ଲାଭ ପାଇଁ ଲାଗୁଥିବା ସମୟରେ ଉଲ୍ଲେଖନୀୟ ହ୍ରାସ ଘଟାଇଥିଲା, ଯାହା ଶରୀର ଯନ୍ତ୍ରଣା, ଶ୍ୱାସ ପ୍ରଶ୍ୱାସ କ୍ରିୟା ସ୍ୱାଭାବିକ ହେବା (ମିନିଟ ପିଛା ୨୪ରୁ କମ୍), ଅମ୍ଳଜାନ ସ୍ତରରେ ଉନ୍ନତି ଘଟିବା(୯୪%ରୁ ଅଧିକ) ଆଦି କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲା । ଏତଦ୍ବ୍ୟତୀତ କ୍ଲେବିରା ବଟିକା ଦ୍ୱାରା ଚିକିତ୍ସା ଫଳରେ ୮୬% ରୋଗୀ ୫ ଦିନ ମଧ୍ୟରେ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ସଂକ୍ରମଣମୁକ୍ତ ହୋଇଥିବା ଏବଂ ୧୦୦% ରୋଗୀ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ୧୦ମ ଦିନ ସଂକ୍ରମଣମୁକ୍ତ ହୋଇଥିବା ଜଣାଗଲା । କୋଭିଡ୧୯ର ଲକ୍ଷଣରେ ଚିକିତ୍ସାଗତ ଉନ୍ନତି ୪.୧ ଦିନରେ ପରିଲକ୍ଷିତ ହୋଇଥିଲା । ସଂପ୍ରତି ଅତ୍ୟନ୍ତ ଚାପଗ୍ରସ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରୁ ସହାୟକ ଚିକିତ୍ସା କିଭଳି ଚାପ ଲାଘବ କରୁଛି ତାହା ଉଲ୍ଲେଖକରି ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡର ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁବାଷିନୀ ବନାଙ୍ଗମୁଦି କହିଛନ୍ତି, “ଚିକିତ୍ସା ଶାସ୍ତ୍ର ଅନୁମୋଦିତ ଚିକିତ୍ସା ସହିତ ସହାୟକ ଚିକିତ୍ସା ମଧ୍ୟ ହାଲୁକାରୁ ମଧ୍ୟମ କୋଭିଡ-୧୯ ସଂକ୍ରମିତଙ୍କର ହସପିଟାଲରେ ଭର୍ତ୍ତିହେବା ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ । ଏପରିକି ଆଇସିୟୁରେ ଜଣେ ବି ରୋଗୀ ଯଦି କମିଲେ ତେବେ ଏହି ସଙ୍କଟଜନକ ସମୟରେ ତାହାର ଅର୍ଥ ଅନେକ କିଛି । ଏହାଦ୍ୱାରା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଏବଂ ଯତ୍ନକୁ ସୁନିଶ୍ଚିତ କରାଯାଇପାରିବ । କୋଭିଡ-୧୯ ବିରୁଦ୍ଧ ଏହି ଲଢେଇରେ ହାତ ମିଳାଇବା ଆମମାନଙ୍କର କର୍ତ୍ତବ୍ୟ ।
”କ୍ଲେବିରାର ଫାଇଦା ଓ ବ୍ୟବହାର ସମ୍ପର୍କରେ ବ୍ୟାଖ୍ୟା କରି ଆପେକ୍ସ ଲାବୋରେ ଟୋରିଜର ମ୍ୟାନେଜର, ‘ରନ୍ୟାସନା ବିଜନେସ, ଶ୍ରୀ ସି ଆର୍ଥର ପଲ୍ କହିଛନ୍ତି, “ଏହି ଭୂତାଣୁ ନିରୋଧୀ ଔଷଧ ଡବ୍ଲୁବିସି, ପ୍ଲେଟଲେଟ ଏବଂ ଲିମ୍ଫୋସାଇଟ କାଉ’ ପରିମାଣ ଏକ ସ୍ୱାଭାବିକ ସ୍ତର ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟାଇବା ସହିତ ଭାଇରାଲ ଲୋଡ ହ୍ରାସ କରୁଛି, ତେଣୁ ସମସ୍ତ ଲକ୍ଷଣରୁ ସୁସ୍ଥ ହେବା ପ୍ରକ୍ରିୟା ଯଥେଷ୍ଟ ଦ୍ରୁତତର ହେଉଛି । ଏହା ଲିଭର ଏବଂ କିଡନି ସମସ୍ୟା ଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ ଏବଂ ଏହାକୁ ଅନ୍ୟ ଔଷଧ ସହିତ ନିରାପଦରେ ସେବନ କରାଯାଇପାରିବ । ଏହାକୁ କୋଭିଡ-୧୯ ପଜିଟିଭ ରୋଗୀ ଏବଂ ସମ୍ମୁଖଭାଗ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପ୍ରାଥମିକ ସଂସର୍ଗର ଚିକିତ୍ସା ନିମନ୍ତେ ପ୍ରତିଷେଧମୂଳକ ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ । ଏହାକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସର ବ୍ୟକ୍ତିଙ୍କ ପାଇଁ ସୁପାରିଶ କରାଯାଉଛି । ଏହାର ଉପଲବ୍ଧତା ସମ୍ପର୍କରେ ପ୍ରକାଶ କରି ଆପେକ୍ସ ଲାବୋରେଟୋରିଜର ମାର୍କେଟିଂ ମୁଖ୍ୟ କାର୍ତ୍ତିକ ଶନ୍ମୁଗମ କହିଛନ୍ତି, “ଏହି ଔଷଧ ସମଗ୍ର ଭାରତରେ ଉପଲବ୍ଧ ହେଉଛି । ଏହା କେବଳ ଏଲୋପାଥିକ ଚିକିତ୍ସାର ପରିପୂରକ ନୁହେଁ, ତାହାସହିତ ସୁସ୍ଥତା ହାରରେ ଉନ୍ନତି ଆଣି ଦେଶ ସଂପ୍ରତି ସମ୍ମୁଖୀନ ହେଉଥିବା ବିଶାଳ ସାମାଜିକ-ଅର୍ଥନୈତିକ ବୋଝକୁ ଲାଘବ କରିବ ।
ଏହାର ମୂଲ୍ୟ ସୁହାଇଲା ଭଳି ରଖାଯାଇଛି, ଯଦ୍ଦ୍ୱାରା ଏହା ସମାଜର ପ୍ରତ୍ୟେକଙ୍କ ନିକଟରେ ପହଞ୍ଚିପାରିବ । ପ୍ରତ୍ୟେକ ବଟିକାର ମୂଲ୍ୟ ମାତ୍ର ୧୧ ଟଙ୍କା ରହିଛି ।” ଏହାର କ୍ଲିନିକାଲ ପରୀକ୍ଷାର ଫଳାଫଳ ତାମିଲନାଡୁ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୦ରେ ଦାଖଲ କରାଯାଇଥିଲା । ବ୍ୟାପକ ଯାଞ୍ଚ ଏବଂ ଆଲୋଚନା ପରେ ଏହି ଔଷଧ ଭାରତ ସରକାରଙ୍କ (ଆୟୁଷ) ନିୟାମକଙ୍କ ଦ୍ୱାରା ହାଲୁକାରୁ ମଧ୍ୟମ କୋଭିଡ-୧୯ ଲକ୍ଷଣର ଚିକିତ୍ସା କ୍ଷେତ୍ରରେ ଏକ ସହାୟକ ପ୍ରୟାସ ଭାବରେ ବ୍ୟବହାର କରାଯିବାନୁ ଅନୁମୋଦନ ଲାଭ କରିଛି । କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ ଏବଂ ଏମ୍ସର ଫାର୍ମାକୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡା.ଏସ କେ ମୌଲିକଙ୍କ ନେତୃତ୍ୱରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୨ ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଦ୍ୱାରା ବହୁସ୍ତରୀୟ ଯାଞ୍ଚ ଜରିଆରେ ଏହା ଏହି ଧରଣର ପ୍ରଥମ ଅନୁମୋଦନ ଲାଭ କରିଛି ।
No Result
View All Result