No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :-> କଟକ ଜିଲ୍ଲା ଓଲଟପୁରସ୍ଥିତ ଭାରତ ବିଖ୍ୟାତ ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ବିଶ୍ବ ଅକୁପେସନାଲ ଥେରାପୀ ଦିବସ ଆଜି( SV NIRTAR)ର ଅଡିଟୋରିୟମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ ଯେ ଏହି ଅନୁଷ୍ଠାନ ଏସିଆ ମହାଦେଶରେ କିପରି ଆହୁରି ଅଧିକରୁ ଅଧିକ ଉନ୍ନତି କରିପାରିବା ସହ ଚିକିତ୍ସା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ , ସେଥି ପ୍ରତି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ତରାଇ ମତବ୍ୟକ୍ତ କରିଥିଲେ ।
ଏଥିରେ ସଂସ୍ଥାର ନିର୍ଦ୍ଦେଶକ ଡ, ପତିତ ପାବନ ମହାନ୍ତି ଯୋଗ ଦେଇ ଅକୁପେସନାଲ ଥେରାପିର ଗୁରୁତ୍ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଭାଗୀୟ ମୁଖ୍ୟ ଡ, ଅନୁରୁପା ସେନାପତି ଯୋଗ ଦେଇ ଅକୁପେଶନାଲ ଥେରାପିର ଭାରତରେ କ୍ରମ ବିକାଶ ଉପାଦେୟତାର ଆଲୋକପାତ କରିଥିଲେ । ଏହି ଉତ୍ସଵକୁ ଆମେରିକା ପ୍ରବାସୀ ପ୍ରାକ୍ତନ ଛାତ୍ରୀ ଡ, ପ୍ରୀୟଦର୍ଶିନି ଶତପଥୀ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରି ବର୍ତ୍ତମାନର ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିବାବେଳେ ଅନୁଷ୍ଠାନର ଉପ ନିର୍ଦ୍ଦେଶକ ଡ, କିଶୋର ଚନ୍ଦ୍ର ମହାପାତ୍ର ଅକୁପେଶନାଲ ଥେରାପି ଶିକ୍ଷା ଓ ସେବା କ୍ଷେତ୍ରରେ ନୀର୍ତାରର ଭୂମିକା ଉପରେ ଗୁରୂତ୍ ଆରୋପ କରିଥିଲେ ।
ପ୍ରତି ବର୍ଷ ଅକ୍ଟୋବର ୨୭ ତାରିଖରେ ବିଶ୍ବ ଅକୁପେସନାଲ ଥେରାପି ଦିବସ ପାଳିତ ହୋଇଥାଏ । ଏହି କ୍ରମରେ ଏସ ଭି ନିର୍ତାର୍ ଏବଂ ସର୍ବଭାରତୀୟ ଅକ୍ୟୁପେସନାଲ ଥେରାପି ସଂଘର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅକ୍ୟୁପେଶନାଲ ଥେରାପିର ବିଭିନ୍ନ ଉପକାରିତା ଓ ବ୍ୟାପକତା ବିଷୟରେ କୁହାଯିବା ସହିତ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଅକୁପେସନାଲ ଥେରାପି ଚିକିତ୍ସା ବିଜ୍ଞାନର ଏକ ଅବିଛେଦ ଅଙ୍ଗ। ଏହାର ମୂଳ ଲକ୍ଷ ହେଲା ବ୍ୟକ୍ତି ଆରୋଗ୍ୟ ହେବା ସହିତ ସାମର୍ଥ ହାସଲ କରିବା ଅନେକ କ୍ଷେତ୍ରରେ ଦେଖା ଯାଇଥାଏ ଯେ ଯଦିଓ ବ୍ୟକ୍ତି ଆରୋଗ୍ୟ ଲାଭ କରି ଚାଲିଥାଏ ।
ନିଜର ଦୈନ୍ୟଦିନ କାର୍ଯ୍ୟ ସମାପନ କରିବା ପାଇଁ ନିର୍ଭରଶିଳ ରହିଥାଏ । ଆଉ ବେଳେ ବେଳେ କିଛି କାର୍ଯ୍ୟକ୍ଷମତା ଚିରଦିନ ପାଇଁ ଫେରି ନ ଥାଏ। ଏହିପରି ପରିସ୍ଥିତି ପାରାଲିଶିସ, ସ୍ନାୟୁଗତ ରୋଗ, ଅସ୍ଥିମଞ୍ଜା ଜନିତ ରୋଗ, ବାର୍ଦ୍ଧକ୍ୟ ଜନିତ ରୋଗ, ଜନ୍ମଗତ ବିଷମତା, ଶିଶୁ ବିକାଶରେ ମନ୍ଥରତା , ମାନସିକ ରୋଗ, ଅଟିଜିମ ରୋଗ, ମସ୍ତିସ୍କ ଆଘାତ ଇତ୍ୟାଦି କ୍ଷେତ୍ରରେ ଘଟିଥାଏ। ଯେଉଁ କାର୍ଯ୍ୟକ୍ଷମତା ଗୁଡିକ ବ୍ୟକ୍ତି ହରାଇ ଥାଏ ତାହା ବ୍ୟାପକ ହୋଇ ପାରେ । ଯଥା ଦୈନ୍ୟ ଦିନ ଜୀବନ ଚର୍ଯ୍ୟା,ADL, କର୍ମ କୁଶଳତା,skill ମନୋରଞ୍ଜନ ଧର୍ମୀ କାର୍ଯ୍ୟ କଳାପ ।ସାଧାରଣ ଭାବେ କହିଲେ ,ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାହା ଆମର କରିବା ଦରକାର ସେ ସବୁକୁ ପୁନର୍ବାର ସ୍ଥାପନ ହେଉଛି ଅକୁପେଶନାଲ ଥେରାପିର ଏହା ପରିସର ଭୁକ୍ତ ଅଟେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା ।
No Result
View All Result