ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଦୁର୍ଗାବଜାର ବଣିକ ସଂଘ ପକ୍ଷରୁ ଆଜି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ମହାସମାରୋହରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ମହାଷ୍ଟମୀ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସୁଧୀରଞ୍ଜନ ମିଶ୍ର, ପଣ୍ଡିତ ଗୌରଚରଣ ମିଶ୍ର ଓ ଅନ୍ୟମାନେ ପରିଚାଳନା କରିଥିଲେ l

ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ପୂର୍ବତ୍ତନ ସ୍ଥାନୀୟ ସରପଞ୍ଚ ସଚିକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ମା ଦୁର୍ଗାଙ୍କୁ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ ! ମା ଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାତିରେ ବାଦୀପାଲା ଗାୟକଙ୍କ ପାଣ୍ଡିତ୍ୟ,
















