No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ବିଜେପି ପକ୍ଷରୁ ଭାରତ ବର୍ଷର ଲୌହ ପୁରୁଷ ସରଦାର ବଲ୍ଳଭ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକତା ଗଣ ଦୌଡ଼ କାର୍ଯ୍ୟକ୍ରମ ଭାପୁରସ୍ଥିତ ଶ୍ରୀରାମ ମନ୍ଦିରଠାରୁ ବାହାରି ଭାପୁର ବଜାରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସମାପ୍ତ ହୋଇଥିଲା !
ଏହି ଗାନ ଦୌଡ଼ କାର୍ଯ୍ୟକ୍ରମରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ କଟକ ସଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ସଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଶାଳପଡା ସରପଞ୍ଚ ସନ୍ତୋଷ ପଣ୍ଡା, ୧୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭଗବାନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅପାର୍ତ୍ତି ପ୍ରଧାନ, କେନ୍ଦୁପଲ୍ଲୀ ସମିତିସଭ୍ୟ ଦୀପକ କୁମାର ଜେନା,
ବିଜେପି ସୋସିଆଲ ମିଡ଼ିଆ ସଭାପତି ସମାଜସେବୀ ରବୀନ୍ଦ୍ର ପଟ୍ଟନାୟକ ଶଶିଭୂଷଣ ରାଉତରାୟ, ବିଜେପି ସଂଗଠକ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶତାଧିକ କର୍ମୀମାନଙ୍କୁ ଉତ୍ସlହିତ କରିଥିଲେ ! ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ସମନ୍ନୟ,ଏକତା,ଭାଇଚାରାର ଆଦାନ ପ୍ରଦାନ ହୋଇଥିଲା ବୋଲି କର୍ମୀମାନେ କହିଥିଲେ !

No Result
View All Result