• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନ୍ୟବର କୃଷିମନ୍ତ୍ରୀଙ୍କ – କୃଷି ଓଡ଼ିଶା ମସ୍କାଟ୍ (ପ୍ରତୀକ) ଉନ୍ମୋଚନ

Proprietor Abhimanyu Maharana by Proprietor Abhimanyu Maharana
March 12, 2021
in ଓଡ଼ିଶା, ମହାନଗର, ହୋମ୍
0
ମାନ୍ୟବର କୃଷିମନ୍ତ୍ରୀଙ୍କ – କୃଷି ଓଡ଼ିଶା ମସ୍କାଟ୍ (ପ୍ରତୀକ) ଉନ୍ମୋଚନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ବିଶେଷ ଆନନ୍ଦର କଥା ଯେ ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ ତାରିଖର ୧୯ ତାରିଖ ପର୍ଯ୍ୟନ୍ତ ବିଜୁପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା, ଭୁବନେଶ୍ୱର ଠାରେ ଆୟୋଜନ କରାଯାଉଛି ।

1. ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷି ଓଡ଼ିଶା ମହୋତ୍ସବକୁ ୧୫.୦୩.୨୦୨୧ ସମୟ ଦିବା ୧୧.୪୫             ଘଟିକାରେ  ଶୁଭ ଉଦ୍‌ଘାଟନ କରିବେ ।

2. ଓଡ଼ିଶାର ମହାମହିମ ରାଜ୍ୟପାଳ କୃଷି ଓଡ଼ିଶା ମହୋତ୍ସବକୁ ମାର୍ଚ୍ଚ ୧୯ ତାରିଖରେ ଉଦ୍‌ଯାପନ କରିବେ ।

3. ଏହି କୃଷି ମହୋତ୍ସବ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ଆୟୋଜନ କରାଯାଉଛି ।

‘କୃଷି ଓଡ଼ିଶା-୨୦୨୧’ର ଆଭିମୁଖ୍ୟ

1.  କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ଗୋଟିଏ ଛାତ ତଳେ ସବୁ ପ୍ରକାରର ଅଂଶୀଦାର ମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ତଥା ଲବ୍‌ଧ ବୈଷୟିକ ଜ୍ଞାନକୁ କୃଷି ଓଡ଼ିଶା ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି । ଏହାଦ୍ୱାରା ଚାଷୀଭାଇମାନେ ପ୍ରଦର୍ଶନୀ ବୁଲି ବିଭିନ୍ନ ବିଭାଗଗୁଡ଼ିକୁ ଦେଖି ନିଜ ମଧ୍ୟରେ ଏକ ଆତ୍ମବିଶ୍ୱାସ ଜାଗ୍ରତ କରିବେ । ଏହାଦ୍ୱାରା ସେମାନେ ଝରରସଦ୍ଭଶ ସଗ୍ଦ ଭରକ୍ଷସରଙ୍ଖସଦ୍ଭଶ ଯଥାର୍ଥତା ପ୍ରତିପାଦନ କରିପାରିବେ ।

 2. ଏବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ହେଲା “ସମନ୍ୱିତ ଚାଷ : ଚାଷୀର ବିକାଶ”(Integrated Farming : Towards Farmers Prosperity)

ଏଇଠି ମୁଁ କହି ରଖୁଛି ଆଜିକାଲି ଚାଷ ଓ ଚାଷୀର ସଜ୍ଞା ବଦଳିଯାଇଛି । କୃଷିର ଅଧିକ ଆୟ ପାଇବାକୁ ହେଲେ ସମନ୍ୱିତ କୃଷିକୁ ଆପଣାଇବାକୁ ପଡ଼ିବ । ଏହାଦ୍ୱାରା ଅଳ୍ପ ଜାଗାରୁ ଅଧିକ ଲାଭ ମିଳିପାରିବ । ତେଣୁ ଯଥାର୍ଥରେ   ସମନ୍ୱିତ ଚାଷ ହିଁ ଚାଷୀର ବିକାଶ ଘଟାଇଥାଏ । ଆଜି କୃଷି ଓଡ଼ିଶାର ମସ୍କାଟ ଉନ୍ମୋଚନ କରାଯାଉଛି । ମସ୍କାଟ ହେଉଛି “ଛତୁ”(Mushroom )

ଛତୁକୁ କାହିଁକି ମସ୍କାଟ ଭାବେ ଗ୍ରହଣ କରାଯାଇଛି

3.  ଛତୁର ଗୁଣାତ୍ମକମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା ୨୦୨୧ରେ ମସ୍କଟ ଭାବେ ଚୟନ କରାଯାଇଛି ।

4. ଆମ ରାଜ୍ୟ ଛତୁ ଉତ୍ପାଦନରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

6. ସମ୍ପ୍ରତି ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗ ଛତୁଚାଷ କରି ସ୍ୱାବଲମ୍ବୀ
ହୋଇପାରିଛନ୍ତି । 

କୃଷି ଓଡ଼ିଶା ୨୦୨୧ରେ ବିଭିନ୍ନ କାର୍ଯ୍ୟକ୍ରମ ବିବରଣୀ

7. ଏବର୍ଷ କୃଷି ଓଡ଼ିଶାରେ ୧୬୦ଗୋଟି ମଣ୍ଡପ ପ୍ରଦର୍ଶିତ ହେବ ।

8.  କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, ଓୟୁଏଟି,
ଏନ୍‌.ଆର.ଆର.ଆଇ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ବ୍ୟତୀତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଲେଟ ମିଶନ ଆଦି ସଂସ୍ଥା ଏହା କୃଷି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି ।

ଏବର୍ଷ  କୃଷି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେଉଛି

9.୧୦ଗୋଟି ବିଷୟବସ୍ତୁ ଉପରେ କୃଷକ,କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଚକ୍ର ।

FPO : A step towards Farmers Empowermen
କୃଷକ ଉତ୍ପାଦକ ଗୋଷ୍ଠୀ – କୃଷକ ସଶକ୍ତିକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପ

Floriculture : An unexplored opportunity for livelihood & prosperity
ଫୁଲ ଚାଷ- ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତ

Fish Farming : A road to economic upliftment of farmers
ମାଛ ଚାଷ – ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥ

Poultry as a growing enterprise in Odisha
କୁକୁଡ଼ା ପାଳନ – ଏକ କ୍ରମବର୍ଦ୍ଧିଷ୍ଣୁ ଉଦ୍ୟୋଗ

Commercial dairying in Odisha an Entrepreneurial view
ଉଦ୍ୟୋଗୀଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋପାଳନ

Role of Integrated farming for improved agricultural productivity
କୃଷି ଉତ୍ପାଦନ ବୃଦ୍ଧିରେ ସମ୍ମନ୍ୱିତ ଚାଷରେ ଭୂମିକା

Crop diversification for farmers profitability
ଫସଲ ଖସଡ଼ା ପରିବର୍ତ୍ତନ – ଚାଷୀଙ୍କର ଅଧିକ ଆୟ

Crop diversification for farmers profitability
ପରିବର୍ତ୍ତିତ ଜଳବାୟୁ ଏବଂ ପୁଷ୍ଟି ସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ

Millets for climate Resilient Agriculture & Nutrition Security
କୃଷି ଆୟ ବୃଦ୍ଧିର ମାଧ୍ୟମ – ଜୈବିକ କୃଷି

Organic Farming – Enhancing farm Income through creation of value chain
ଓଡ଼ିଶାରେ କୃଷି ଉଦ୍ୟୋଗ ସ୍ଥାପନ : ସୁବିଧା ଓ ସୁଯୋଗ

10. ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ବ୍ୟବସାୟିକ କୃଷି ପରିଚାଳନା ଓଡ଼ିଶାରେ କୃଷି ଉଦ୍ୟୋଗ ସ୍ଥାପନ : ସୁବିଧା ଓ ସୁଯୋଗ

(Agri-Entrepreneurship in Odisha : Scope and Opportunity) ବିଷୟରେ କର୍ମଶାଳା ଆୟୋଜନ ।

11. ୩୦ଗୋଟି ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମାଧ୍ୟମରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ ।

12. ପାଞ୍ଚ ଦିନ ବ୍ୟାପୀ ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମ (Social Media) ରେ ପ୍ରସାରଣ ।

13. ଚାଷୀ, ଉଦ୍ୟୋଗୀ ବିଭିନ୍ନ ଅଂଶୀଦାର ଓ ସରକାରଙ୍କ ମଧ୍ୟରେ ଆଲୋଚନା ।

14. ରାଜ୍ୟର ୩୦ଗୋଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।

15 .ସମସ୍ତ ଜିଲ୍ଲାରୁ କୃଷକମାନଙ୍କୁ କୃଷି ପ୍ରଦର୍ଶନୀ ପରିଭ୍ରମଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

16.  କୃଷି ଓଡ଼ିଶା ୨୦୨୧ର ସ୍ମରଣିକା ଉନ୍ମୋଚନ କରାଯିବ ।

17.  ଏତଦ୍ ବ୍ୟତୀତ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରାଯିବ ।

18.  ସେହିପରି ଚଳିତ ବର୍ଷ କୃଷି ଓଡ଼ିଶା ଆୟୋଜନରେ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁସରଣ କରାଯାଇ ଏ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ ।

19.  ଏହି କାର୍ଯ୍ୟକ୍ରମରେ ଆମ୍ଭମାନଙ୍କୁ ସାହାଯ୍ୟ କରୁଥିବା ସଂସ୍ଥା ଯଥା – ଭୁବନେଶ୍ୱର ମହାନଗର ନିଗମ, ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ, ସମସ୍ତ ମେଡିଆ ଭାଇମାନଙ୍କୁ ମୋର ଧନ୍ୟବାଦ ।

କୃଷି ଓଡ଼ିଶା ପ୍ରଦର୍ଶନୀର ପ୍ରଭାବ

1. ଏହି କୃଷି ମହୋତ୍ସବର ପ୍ରଭାବ ସୁଦୂର ପ୍ରସାରୀ ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀ ସମସ୍ତଙ୍କ ପାଇଁ ଏହା ଏକ ଜ୍ଞାନ ଲାଭର ପ୍ରକୃଷ୍ଟ ସ୍ଥାନ ।

2.  ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼େ ଯେ ଏହି କୃଷି ଓଡ଼ିଶାକୁ ବୁଲି ଦେଖିଥିବା ଅନେକ ଚାଷୀଭାଇ ବିଭିନ୍ନ ପ୍ରକାରର କୃଷି ଜ୍ଞାନକୌଶଳ ଆପଣେଇ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଛନ୍ତି ଓ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି ।

3.  ଏହାଦ୍ୱାରା ଆମ ରାଜ୍ୟର କୃଷି ଉନ୍ନତ ହେବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ ।

4.  ବିଗତ କରୋନା ମହାମାରୀ ସମୟରେ ଏହା ଦେଖାଯାଇଛି ଯେ ରାଜ୍ୟର ଯୁବବର୍ଗ ଓ ପ୍ରବାସୀ ଓଡ଼ିଆମାନେ କୃଷି ଓ ଆନୁଷଙ୍ଗିକ କୃଷି ଜୀବିକା ଭାବେ ଗ୍ରହଣ କରିଛନ୍ତି । ଏହା ଏକ ଶୁଭ ସମ୍ବାଦ ।

5.  ତେଣୁ କୃଷି ଓଡ଼ିଶାର ଅନୁଭୂତି ଓ ପ୍ରେରଣା ଚାଷୀ ଓ ଯୁବବର୍ଗମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା ।

6. ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ ମହାକୁମ୍ଭ ଏହିସବୁ ଲକ୍ଷ୍ୟ ଉଦ୍ଦେଶ୍ୟକୁ ନେଇ ଆୟୋଜନ କରାଯାଉଛି । କୃଷି ଓଡ଼ିଶା ୨୦୨୧ ସମସ୍ତଙ୍କ ପାଇଁ ପଥପଦର୍ଶକ ହେଉ ଏହାହିଁ ବିଶ୍ୱାସ ।

7. କୃଷି ଓଡ଼ିଶା ୨୦୨୧ ସମଗ୍ର ଚାଷୀ ସମାଜରେ ଆଣିଦେଉ ନୂତନ ଆଶା ଓ ବିଶ୍ୱାସ । ଆମ ରାଜ୍ୟର କୃଷି ମାନଚିତ୍ର ହେଉ ସମୃଦ୍ଧିଶାଳୀ ଓ ରପ୍ତାନୀଭିତ୍ତିକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version