• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସହରୀ ଚାକଚକ୍ୟରେ ଜନଜାତି କାରିଗର ଓ କାରିଗରୀ

Proprietor Abhimanyu Maharana by Proprietor Abhimanyu Maharana
January 30, 2021
in ଓଡ଼ିଶା, ମନୋରଞ୍ଜନ, ମହାନଗର, ହୋମ୍
0
ସହରୀ ଚାକଚକ୍ୟରେ ଜନଜାତି କାରିଗର ଓ କାରିଗରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର )ଭୁବନେଶ୍ୱର :- ଓଡ଼ିଶାରେ ଜନଜାତି ଉଣା ଅଧିକେ ସମସ୍ତେ କାରିଗର କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂଗୀତ କଳା ହେଉ, ନୃତ୍ୟକଳା ହେଉ ଅବା ଚିତ୍ରକଳା ବା ବସ୍ତୁକଳା ; ପ୍ରତ୍ୟେକରେ ସେମାନେ ଧୂରୀଣ । ସଂଗୀତ ଓ ନୃତ୍ୟକୁ ନେଇ ତାଙ୍କ ଅଭିବ୍ୟକ୍ତି ରହିଛି “ ସେନ୍‌ଗେ ସୁସୁନ କା ଜଣେ ଦୁରାଂ” ଅର୍ଥାତ୍‌ “ଚାଲିଲେ ନାଚ କହିଲେ ଗୀତ” । ଏହା ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ପାଇଁ ପ୍ରଜୁଜ୍ୟ । ହାତରେ କାତିଟାଏ ବା କତୁରୀଟାଏ ଯଦି ଅଛି, ବଣରେ, ଡଙ୍ଗରରେ, ହାତ ଖାଲି ରହିବନି କିଛି ନା କିଛି କାରିଗରୀ ଚାଲୁଥିବ ବାଉଁଶ କଣି, ପାତିଆ, କାଠ, ଛାଲି, ତନ୍ତୁ, ଘାସ, ଫଳ, ମଞ୍ଜି, ପତ୍ର, ପ୍ରତ୍ୟେକରେ କିଛି ନା କିଛି ଯାଦୁଗରୀ ଦେଖାଇବାରେ ତାଙ୍କର ପଟୁତା ରହିଛି । ନିଜ ପାଇଁ, ନିଜ ପ୍ରିୟଜନ ପାଇଁ ଏହି କାରିଗରୀ ଉଦ୍ଦିଷ୍ଟ । ବ୍ୟବସାୟ ପାଇଁ ନୁହେଁ । ସମୟ ବଦଳିଛି ତା ସହିତ ବଦଳିଛି ଜନଜାତି ମାନସିକତା, କଳା ପାଇଁ କଳା ପ୍ରବୃତିରୁ କ୍ରମଶ ଜନଜାତି ଜୀବନ ପାଇଁ କଳାକୁ ଆପଣାଇବାରେ ଲାଗିଛି । ବାହ୍ୟ ସମାଜ ସଂସ୍କୃତି କଳା ଜଗତ ସଂସ୍ପର୍ଶରେ ଆସି ସେ ଦେଖିଛି ହାଟରେ, ବଜାରରେ, ଯାନିଯାତ୍ରାରେ ବିଭିନ୍ନ କଳାବସ୍ତୁର ସମ୍ଭାର । ତାର ଆଦର ଓ ମୂଲ୍ୟ । ସେ ଧିରେ ଧିରେ ବଜାର ଆଡକୁ ଅଗ୍ରସର ହୋଇଛି ।

ଆଉ ଏଇ ମାତ୍ରାରେ ବିଭିନ୍ନ ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସହଯୋଗ ସହ ଦକ୍ଷତା ବିକାଶ ବୃଦ୍ଧି କରାଇଛି । ବଜାରଟାଏ ସୃଷ୍ଟି କରାଇ ଜନଜାତି କଳାର ଆଦରକୁ ଲୋକାଭିମୁଖୀ କରାଇବାରେ ଚେଷ୍ଟିତ ହୋଇଛି । ଜନଜାତି ସମାଜ ବୁଝିଛି, ତାର ପ୍ରସ୍ତୁତ କଳା ସାମଗ୍ରୀର ଚାହିଦା ରହିଛି । ଆୟର ପନ୍ଥା ସୃଷ୍ଟି ହୋଇପାରିବ । ଜୀବନ ଜୀବିକା ପାଇଁ ଏହା ଏକ ରାସ୍ତା ହୋଇପାରିବ । ଆଦିବାସୀ ମେଳା ଜନଜାତି କାରିଗର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବଜାର ସୃଷ୍ଟି କରାଇବା ପାଇଁ ବିଧିବଦ୍ଧ ପଦକ୍ଷେପ ନେଇ ପୂର୍ବବର୍ଷ ମାନଙ୍କରେ ସ୍ୱତନ୍ତ୍ର ପ୍ରଭାଗରେ ବିକ୍ରିବଟାର ସୁଯୋଗ ସୃଷ୍ଟି କରାଯାଇଥିଲା । ଏହଳାକୁ ଆହୁରି ଆଗକୁ ବଢ଼ାଇବାକୁ କାରିଗରମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ ଦିଆଯାଇ ତାଙ୍କ ଉତ୍ପାଦିତ କଳା ଓ କଳାବସ୍ତୁକୁ ବଜାର ସହିତ ସଂଯୋଗ କରିବା ପାଇଁ ବିଭାଗ ତରଫରୁ ପଦକ୍ଷେପ ସ୍ୱରୂପ ରାଜ୍ୟ ଜନଜାତି ସଂଗ୍ରହାଳୟ ମାଧ୍ୟମରେ ତାଲିମ ଓ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରାଗଲା । ବିଗତ ବର୍ଷ ଆଦିବାସୀ ମେଳାରେ ଏହଳାର ଭବ୍ୟ ପ୍ରଦର୍ଶନ ଆଦିବାସୀ କଳା ଓ କଳାବସ୍ତୁର ମହତ୍ୱକୁ ସୁଦୂର ପ୍ରସାରୀ କରିଥିଲା ।

ଚଳିତ ବର୍ଷ ଆଦିବାସୀ ମେଳା -୨୦୨୧ରେ କିଛିଟା ପରିବର୍ତନ ପରିଲକ୍ଷିତ ହୋଇଛି । କୋଭିଡ୍ ମହାମାରୀ ଯୋଗୁଁ ଆଦିବାସୀ ମେଳାର ଆକାର ସଂକ୍ଷିପ୍ତ କରାଯାଇଛି । କେବଳ କୃଷିଜାତ ଓ ବନଜାତ ସାମଗ୍ରୀର ବିକ୍ରିବଟାର ସୁଯୋଗ ସୃଷ୍ଟି କରାଯାଇଛି । ସେ ଭିତରେ ଜନଜାତି କାରିଗର ନିଜ ପ୍ରସ୍ତୁତ କଳା ସାମଗ୍ରୀକୁ ଆଣି ବିକ୍ରି କରିବାର ଲୋଭ ସମ୍ବରଣ କରିପାରି ନାହାନ୍ତି । ମେଳାର ମଉଜ ନେବା ଅବସରରେ ଆମର ସାକ୍ଷାତ ହୋଇଥିଲେ ରାଇରଙ୍ଗପୁର ଆଇଟିଡିଏ ତରଫରୁ ଯୋଗ ଦେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସାଫିକା ଜେରାଇଙ୍କ ସହ । ରାଇରଙ୍ଗପୁରର ଓମ୍ ସାଇ ପ୍ରଡକ୍ଟ ଅଧିନରେ ବାଉଁଶ କାରିଗରୀରେ ଛ’ ମାସିଆ ତାଲିମ ନେବା ମଧ୍ୟରେ ନିଜର ଦକ୍ଷତା ବିକାଶ କରି ଭିନ୍ନ ଭିନ୍ନ ଆକୃତିର କଳା ସାମଗ୍ରୀ ପ୍ରସ୍ତୁତ କରିବାରେ ନିଜର ପାରିବା ପଣିଆ ଦେଖାଇଛନ୍ତି । ତାର ଉପଯୁକ୍ତ ବଜାର ହିସାବରେ ଆଦିବାସୀ ମେଳର ଖ୍ୟାତି ଥିବାର ଜାଣି ସେ ସୁଦୂର ରାଇରଙ୍ଗପୁରରୁ ଆଇଟିଡିଏ ମାଧ୍ୟମରେ ଆସିଛନ୍ତି ମେଳାକୁ । ସୁନ୍ଦର କଳାବସ୍ତୁ, ଶସ୍ତାଦାମ, ଗରାଖ ମନଲାଖି ବିକିବାର ସୁଯୋଗ ଟାଏ ପାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
Pattamundai celebrates 80th Birthday of Baraha Samal

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

June 20, 2026
Pattamundai celebrates 80th Birthday of Baraha Samal

Pattamundai celebrates 80th Birthday of Baraha Samal

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

Malabar Gold & Diamonds Unveils ‘Nuwa’, a Natural Diamond Collection Inspired by Nature’s Finest Creations

June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version