0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା "ଲିଆଫି" ବାଲୁଗାଁ ଶାଖା ପକ୍ଷରୁ ସଭାପତି ତ୍ରିଲୋଚନ ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ସ୍ଥାନୀୟ ପ୍ରସିଦ୍ଧ ଶକ୍ତିପୀଠ ମା ପାଣ୍ଡବାଶୁଣୀ ଙ୍କ ପୀଠରେ ଜୀବନ ବୀମା ଅଭିକର୍ତ୍ତାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଆଫି ବାଲୁଗାଁ ଶାଖା ପକ୍ଷରୁ କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ସହିତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ରତିକାନ୍ତ ସାହୁ ବିବରଣୀ ପାଠ କରିଥିଲେ ।

ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଜୀବନ ବୀମା, ବାଲୁଗାଁ ଶାଖା ପ୍ରବନ୍ଧକ ଅନୟ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଏଵିଏମ ସେଲସ ଆଲୋକ କୁମାର ତିର୍କୀ, ଆମନ୍ତ୍ରିତ ଅତିଥି ଭାବେ ଲିଆଫିର ଭୁବନେଶ୍ୱର ଡିଭିଜନ ର ସଭାପତି ବିଜୟ କୁମାର ସାହୁ, ଉପଦେଷ୍ଟା ଅଭୟ କୁମାର ପଣ୍ଡା ଓ ଉପ ସଭାପତି ସୁଜିତ୍ କୁମାର ମହାନ୍ତି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।