No Result
View All Result
ମହୋତ୍ସବର ସମ୍ପାଦକ ସ୍ୱରାଜ ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ସହ ମହୋତ୍ସଵ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି l
0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁରର :-> ରଣପୁରର ଐତିହ୍ୟ, କଳା, ସଂକୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିବା ୧୯ତମ ରଣପୁର ମହୋତ୍ସବ ‘ଅର୍ଜୁନ”–୨୦୨୫ ଗତ କାଲି ଥିଲା ପ୍ରଥମ ସନ୍ଧ୍ୟା, ଜାନୁଆରି ପାଞ୍ଚ ତାରିଖରୁ ଆରମ୍ଭ ହୋଇ ନଅ ତାରିଖ ପର୍ଯ୍ୟନ୍ତ ଚାଲିବ l ଅପରାହ୍ନ ୪ ଟା ସମୟରୁ ସନ୍ଧ୍ୟା ୫. ୩୦ ପର୍ଯ୍ୟନ୍ତ କୁଇଜ କାଯ୍ୟକ୍ରମ ହୋଇଥିଲା l ମହୋତ୍ସବକୁ ମିନା ବଜାର , ରାମଦୋଳି, ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ଦୋକାନ ସହ ସରକାରଙ୍କ ତରଫରୁ ପଡ଼ିଥିବା ଷ୍ଟଲ ଗୁଡ଼ିକ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ଥିଲା l ଜିଲ୍ଲାର ବିଭିନ୍ନ ଏସ ଏଚ ଜି ଗ୍ରୁପ ଗୁଡ଼ିକ ବିଭିନ୍ନ ଉତ୍ପାଦ ବିକ୍ରୀ କରୁ ଥିବା ଦେଖିବାକୁ ମିଳିଥିଲା ।
ଉଦଘାଟନୀ ସନ୍ଧ୍ୟାରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ, ସାଂସଦ ପୁରୀ ଡ଼ଃ ସମ୍ବିତ ପାତ୍ର, ବିଧାୟକ ଖଣ୍ଡପଡା – ଦୁଷ୍ମନ୍ତ ସ୍ୱାଇଁ, ରଣପୁର ଏନ୍ ଏ ସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁନୀଲ ଅକ୍ଷୟ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର (ଏନ.ଏ.ସି ) ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ,ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି, ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।
ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରି ଥିଲେ। ସଭା ପୂର୍ବରୁ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ମାନେ ସାଂକୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କୁ ସଭା ସ୍ଥଳୀରେ ବାନ୍ଧି ରଖିଥିଲେ l ଭାରତ ସରକାରଙ୍କ ତରଫରୁ ଦିଆଯାଇଥିବା ପୁରୁଲିଆ ଛଉନୁର୍ତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା l ଅନ୍ୟ ବର୍ଷ ମହୋତ୍ସଵଠୁ ଏ ବର୍ଷ ରଣପୁର ମହୋତ୍ସବ ‘ଅର୍ଜୁନ”–୨୦୨୫ ତାର ଏକ ନିଆଁରା ଢଙ୍ଗରେ ପାଳନ ହୋଇଛି l
ପ୍ରାୟ ହଜାର ହଜାରରୁ ଉର୍ଦ୍ଧ ଜନ ସମାଗମ ଦେଖିବାକୁ ମିଳିଥିଲା l ମହୋତ୍ସବର ସମ୍ପାଦକ ସ୍ୱରାଜ ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ସହ ମହୋତ୍ସଵ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି l ଅନେକ ପ୍ରତିଭା ମାନଙ୍କୁ ଅତିଥି ମାନେ ମହୋତ୍ସଵ କମିଟି ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ରଣପୁର ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରୁଥିବା ଦେଖିବାକୁ ମିଳିଥିବା ବେଳେ,
ଚାନ୍ଦପୁର ଥାନା, ସୁନାଖଳା ଫାଣ୍ଡି, ଦର୍ପନାରୟାଣ ପୁର ଫାଣ୍ଡି ପୋଲିସ ମିଳିତ ଉଦ୍ୟମରେ ମହୋତ୍ସଵର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ୍ କରାଯାଇଥିବା ଦେଖିବକୁ ମିଳିଥିଲା l ପାଗ ଉତ୍ତମ ଥିବା ହେତୁ ରଣପୁର ଅଂଚଳ ବାସୀ ବେଶ୍ ଖୁସି ଅନୁଭବ କରିଥିବା ଜଣାପଡି ଥିଲା l
ରିପୋର୍ଟ ରଣପୁର ରୁ ବିନୋଦ କୁମାର ସାହୁ 
No Result
View All Result