No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) କଟକ :- ମର୍କତନଗର ପୋଲିସ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଠାରୁ ପୋଲିସ ନଗଦ ଏକ ଲକ୍ଷ ତେଇଶ ହଜାର ଏକ ଶହ ଟଙ୍କା ,ଗୋଟିଏ ସ୍କୃ ଡାଇଭର ଜଵତ କରିଛି । ଗିରଫ ଯୁବକ ଜଣକ ହେଲେ ବହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଧାନମରାସାହି ଅଞ୍ଚଳର ବାବୁ ଆଲିଆସ ଲୋଚନ ନାୟକ ୨୪ ବର୍ଷ । ଲୋଚନ ମର୍କତନଗର ଥାନା ସତିଚଉରା ଅଞ୍ଚଳ ଇମାମପଡା ବସ୍ତିରେ ରହୁଥିଲା ।
ସେ ରବିବାର ଦିନ ମର୍କତନଗର ଥାନା ଅନ୍ତର୍ଗତ ନିଦାନ ହସ୍ପିଟାଲରେ ପଶି ସ୍କୃ ଡାଇଭର ସାହାଯ୍ୟ ରେ ମଧ୍ୟରେ ଥିବା ନଗଦ ଏକ ଲକ୍ଷ ତିରିଶ ହଜାର ଟଙ୍କା ଚୋରି କରି ନେଇ ପଳାଇଥିଲା । ଏନେଇ ହସ୍ପିଟାଲ ର ପରିଚାଳକ ସଞ୍ଜୟ କୁମାର ଚୌଧୁରୀ ମର୍କତନଗର ଥାନାରେ ଏତଲା ଦେଇଥିଲେ । ମର୍କତନଗର ପୋଲିସ ଘଟଣାର ତଦନ୍ତ କରି ଟଙ୍କା ଚୋରି କରିଥିବା ବାବୁ ଆଲିଆସ ଲୋଚନକୁ ଗରିଫ କରି ପଚରାଉଚରା କରିବାରୁ ସେ ଚୋରି କରିଥିବା ପୋଲିସ ନିକଟରେ ମାନି ଯାଇଥିଲା । ପୋଲିସ ଲୋଚନ ବିରୁଦ୍ଧରେ ଏକ ଚୋରି ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result