No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ନୟାଗଡ଼ ଜିଲ୍ଲା :- ପୋୖସ – ମାଘରେ ଶୀତ ର ପ୍ରକୋପ ବଢ଼ିଛି । ଶୀତରେ ଥରୁଛି ନୟାଗଡ଼ । ସକାଳୁ ସକାଳୁ ଥଣ୍ଡା ପବନ ବହୁଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ନୟାଗଡ଼ ଜିଲ୍ଲାରେ ରାତିରେ ତାପମାତ୍ରା ହ୍ରାସ ପାଇବାରୁ ବିଭିନ୍ନ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ସଂଧ୍ୟା ହେଲେ ଶୀତ ମାଡି ଆସୁଛି। ଶୀତର ପ୍ରକୋପ ଏତେ ମାତ୍ରା ଯେ ରାତିରେ ବାହାରେ ବୁଲିବା ମୁସ୍କିଲ ହୋଇପଡୁଛି ।

ଶୀତବସ୍ତ୍ର ପିନ୍ଧି ବାହାରକୁ ବାହାରିବାକୁ ପଡୁଛି । ଶୀତ ଲହରୀ ପାଇଁ ଘରେ ପାଣି ପିଇବା ହେଉ କି ସ୍ନାନ ପାଇଁ ପାଣି ଗରମ କରିବାକୁ ପଡୁଛି । ଶୀତରୁ ରକ୍ଷା ପାଇବା ପାଇଁ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତବସ୍ତ୍ର ପରିଧାନ କରିବାକୁ ପଡୁଛି । ସକାଳୁ ୮ଟା ପର୍ଯ୍ୟନ୍ତ କୁହୁଡି ଆଚ୍ଛାଦିତ ହୋଇ ରହୁଥିବାରୁ ରାସ୍ତାଘାଟ ରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି ।

ରାତି ଅପେକ୍ଷା ସକାଳେ ଘନ କୁହୁଡି ଦେଖିବାକୁ ମିଳିଛି । ଏଥିସହିତ ନୟାଗଡ , ରଣପୁର , ଦଶପଲ୍ଲା , ଖଣ୍ଡପଡ଼ା ଜିଲ୍ଲାରେ ଗତ ଦୁଇଦିନ ହେବ ହାଡ଼ଭଙ୍ଗା ଶୀତ ହେଉଥିବା ର ଦେଖିବାକୁ ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result