No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାବାସୀ ପୁଣି କରୋନା ଆତଙ୍କରେ ଆତଙ୍କିତ ହୋଇଛନ୍ତି । ଗତକାଲି ଠାରୁ ପୁଣି କରୋନା ଜିଲ୍ଲାକୁ ଫେରିଛି । ଗତକାଲି ସମଗ୍ର ଗଜପତି ଜିଲ୍ଲାରେ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗତ ବହୁଦିନ ହେଲା ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେଉ ନଥିବା ବେଳେ ଗତକାଲି ୧୮ ଓ ଆଜି ୪ ଜଣଙ୍କୁ ମିଶାଇ ଦୁଇ ଦିନ ମଧ୍ୟରେ ୨୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୀର୍ଘ ଦିନ ପରେ ହଠାତ ୨୨ଜଣ ପଜିଟିଭ ଚିହ୍ନଟ ହେବା ଘଟଣା ଜିଲ୍ଲାବାସୀଙ୍କୁ ଚିନ୍ତା ବଢାଇଛି ।
ଘଟଣାରୁ ପ୍ରକାଶ,କୋଭିଡ୍ କଟକଣା ମଧ୍ୟରେ ୧୭୨ଟି ଉଚ୍ଚ ବିଦ୍ୟାଳୟ ଓ ୨୮ଟି କନିଷ୍ଠ ମହାବିଦ୍ୟାଳୟର କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ଯିବା ନେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ଜିଲ୍ଲାର ମୋଟ ୧୮ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ଥିବା ଗତକାଲି ସୂଚନା ମିଳିଥିଲା । ବିଦ୍ୟାଳୟ ଖୋଲାଯିବା ପୂର୍ବରୁ ସବୁ ବିଦ୍ୟାଳୟ ଶିକ୍ଷକଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ୧୮ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଗତକାଲିର ଆଣ୍ଟିଜେନ ଟେଷ୍ଟରୁ ଜଣାପଡିଛି ।
ଏଥିରେ ମୋହନା ବ୍ଲକର ୧୧, ପାରଳାର ୪,ଗୋଷାଣୀ,ନୂଆଗଡ ଓ ଗୁମ୍ମା ବ୍ଲକର ଜଣେ ଲେଖାଏଁ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଏହି ଆଣ୍ଟିଜେନ ଟେଷ୍ଟ ଗଜପତି ସମଗ୍ର ଜିଲ୍ଲାରେ ମୋବାଇଲ ୟୁନିଟ ଦ୍ୱାରା କରାଯାଇଥିଲା । ଆଜି ପୁଣି ପାରଳାଖେମୁଣ୍ଡି ସହର ଓ ଗୋଷାଣୀ ବ୍ଲକରେ ୪ଜଣ ଏହି ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ ଥିବା ସୂଚନା ମିଳିଛି । ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର ଏହି ସୂଚନା ପ୍ରଦାନ କରିଛନ୍ତି । (ଗରୁଡ ଧ୍ଵଜ ଚୌଧୁରୀ )
No Result
View All Result