ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ରକ୍ତଦାନ ଉତ୍ସବରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ, ଭୁବନେଶ୍ୱର-ମଧ୍ୟମ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,

ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦାଶ, ଯୁବନେତା କ୍ୟାପଟେନ ମନମଥ ରାଉତରାୟ, ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ସମାଜସେବୀ ଡ଼ ଭଗବାନ ପ୍ରକାଶ, ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଶ୍ରୀ ପ୍ରହ୍ଲାଦ ସିହ୍ନା, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ସୁମିତ୍ରା ଜେନା,

ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ପୂର୍ବତନ କର୍ପୋରେଟର ଶ୍ରୀ ରାଜେନ୍ଦ୍ର ସମର୍ଥା, କର୍ପୋରେଟର ଶ୍ରୀ ବରଞ୍ଚି ନାରାୟଣ ମହାସୁପକାର, ଶ୍ରୀ ମଳୟ ମହାପାତ୍ର, ଶ୍ରୀ ଅଜିତ ବେହେରା, ଶ୍ରୀ ସନ୍ତୋଷ ସିଂ, ଶ୍ରୀ ଚନ୍ଦ୍ର ଶେଖର ମଲ୍ଲିଆ, ଶ୍ରୀ ଶିବନାରାୟଣ ରାୟ, ଶ୍ରୀ ଶିବପ୍ରସାଦ ବେହେରା, ଶ୍ରୀ ରବିନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବାସ ସୁନ୍ଦରାୟ, ସମାଜସେବୀ ମଧୁସୁଦନ ଦାସ, ସରପଞ୍ଚ ଶିଶୁପାଳ ଶ୍ରୀ ରଶ୍ମି ରଂଜନ ଶ୍ରୀଚନ୍ଦନ, ସରପଞ୍ଚ ଲିଙ୍ଗିପୁର ଶ୍ରୀ କ୍ଷୀରୋଦ ପ୍ରଧାନ, ସମିତି ସଭ୍ୟ ଶ୍ରୀ ବିନୋଦ ରାଉତରାୟ, ଶ୍ରୀ ପ୍ରକାଶ ସାହୁ, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରମୋଦ ସ୍ୱାଇଁ, ଶ୍ରୀ ସନ୍ତୋଷ ବେହେରା,

ଶ୍ରୀ ହେମନ୍ତ ପ୍ରଧାନ, ସମାଜସେବୀ ଶ୍ରୀ ବିଜୟ ପ୍ରଧାନ, ଶ୍ରୀ ଦେବବ୍ରତ ନାୟକ, ଶ୍ରୀ ସମରେଶ ବେଉରା, ମୀରା ପରିଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ଅତିଥି, ସମାଜ କର୍ମୀ, ରାଜନେତାମାନେ ଉପସ୍ଥିତ ଥିଲେ । ସମସ୍ତ ଅତିଥି ଓ ରକ୍ତଦାତା ମାନଙ୍କୁ ଖଦି ସୂତା ଅର୍ପଣ କରି ସ୍ୱାଗତ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ ରକ୍ତଦାନ ଉତ୍ସବକୁ ଉଦଘାଟିତ କରିବା ସହିତ ରକ୍ତଦାତା ଓ ସମସ୍ତ ଯୁବପିଢି ମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ ।

କ୍ୟାପିଟାଲ ବ୍ଲଡ ବ୍ୟାଙ୍କ, ମ୍ୟୁନିସିପାଲିଟି ବ୍ଲଡ ବ୍ୟାଙ୍କ, ମିଶନ ରକ୍ତଦାନ, ସମର୍ପିତ ଓଡିଶା, ନିସ୍ୱାର୍ଥ ସେବା ଓ ଜାତୀୟ ଯୁବ ପ୍ରକଳ୍ପ (ଘଣଚ)ର ସଦସ୍ୟମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ ଓ ଆନୁସଂଗିକ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିଲେ । ଏହି ରକ୍ତଦାନ ଉତ୍ସବରେ ମୋଟ ୨୮୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ଅନେକ ଥର ରକ୍ତଦାନ ଓ ଝଊଚ ପ୍ରଦାନ କରିଥିବା ୧୭ଜଣ ରକ୍ତଦାତାଙ୍କୁ “ରକ୍ତଦୂତ” ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ
ରକ୍ତଦାତା ମାନଙ୍କୁ ସଂଗଠିତ କରି ଏକାଧିକ ରକ୍ତଦାନ ଶିବିର ଆୟୋଜନ କରୁଥିବା ୪୦ଜଣ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ “ରକ୍ତବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଉକ୍ତ ଉତ୍ସବରେ ସହଯୋଗ କରିଥିବା ୩୭ଜଣ ବ୍ୟକ୍ତି ବିଶେଷଙ୍କୁ ‘ରକ୍ତ ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାପୋକର ସଭ୍ୟ ଲଲାଟ କିଶୋର ସାହୁ, ମିଥୁନ ନାୟକ, ସାର୍ଥକ ପରିଡା, ହରପ୍ରସାଦ ମହାପାତ୍ର, ବିଭୂତି ସାହୁ , ମୀର ମହମଦ ଅଲ୍ଲି, ରତ୍ନାକର ମହାନ୍ତି, ଆଲୋକ ସାହୁ, ବିଭୁତି ପ୍ରଧାନ, ବାମଦେବ ଗଜେନ୍ଦ୍ର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ା














