• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ

Proprietor Abhimanyu Maharana by Proprietor Abhimanyu Maharana
August 30, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ
Share on FacebookShare on TwitterWhatsapp

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏମ୍‌ଏମ୍‌ଡିଆର୍ ତଥା ଖଣି ନୀତିକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ୧୦ ପ୍ରଶ୍ନ ପଚାରିଛନ୍ତି । ୨୦୨୨ ମସିହା ଫେବୃୟାରୀ ୨୨ ତାରିଖରେ ଓଡ଼ିଶାର ଖଣି ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ । ନିଲାମରୁ ଯେତିକି ରାଜସ୍ୱ ଆସୁଛି ଓଡ଼ିଶା ସବୁଠାରୁ ଅଧିକ, ଖଣି ସଂସ୍କାର କରିବାରେ ସାରା ଭାରତ ବର୍ଷରେ ଓଡ଼ିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏବେ ଏମ୍‌ଏମ୍‌ଡିଆର୍ ବିଲକୁ ନେଇ ଓଡ଼ିଶାରେ ହଟଚମଟ ଚାଲିଛି, ତର୍କ ବିତର୍କ ଚାଲିଛି । ଏତର୍କ ବିତର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧି ଦଳ ନେତା ଏକ ଚିଠି ଲେଖିଥିଲେ । ତୁରନ୍ତ ବିଧାନସଭା ଡକାଅ ଓ ଆଲୋଚନା କର । ସେ ଉତ୍ତର ଦେଲେ ନାହିଁ । ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ବୟାନ ଦେଲେ । ତା ତରଫରୁ ଯଥାର୍ଥ ଉତ୍ତର ଦିଆଯାଇଥିଲା । ପୁଣି ନବୀନ ବାବୁ ଏକ ଚିଠି ଲେଖି ରାଜ୍ୟରେ ବିଜେପି ଦଳର ରହିଥିବା ୨୦ ଜଣ ଏମ୍‌ପି ଚୁପ ନରହି ବିବେକାନୁଦିତ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ।

ଯଦି ସେମାନେ ଚୁପ ରହିବେ, ଇତିହାସ ପାଇଁ ତାଙ୍କୁ ବହୁ ମୁଲ୍ୟ ଦେବାକୁ ପଡ଼ିବ । ଚୁପ୍ ନରହି କେନ୍ଦ୍ର ସରକାରଙ୍କ ନିକଟରେ ସେମାନେ ଦାବି କରନ୍ତୁ । ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ବଦଳରେ ଭାରତୀୟ ଜନତା ପାର୍ଟି ସ୍ୱାର୍ଥକୁ ସୁରକ୍ଷା ଦେଉଛି । ସୋସିଆଲ ମିଡିଆରେ ଏମ୍‌ଏମ୍‌ଡିଆର୍ ବିଲକୁ ନେଇ ରାଜ୍ୟ ବାସୀଙ୍କ କମେଣ୍ଟ ଗୁଡ଼ିକ ପଢ଼ିବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ସଂଘୀୟ ବ୍ୟବସ୍ଥା ଅନୁସାରେ, ରାଜ୍ୟ ସହିତ ଆଲୋଚନା କରି ବିଲ୍ ଉପସ୍ଥାପନ କରାଯିବା କଥା । କେନ୍ଦ୍ର ସରକାର ରାଜ୍ୟ ସହିତ ଆଲୋଚନା କରି ନାହାନ୍ତି ।

୯ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ବକେୟା ରାଜସ୍ୱ ଆଦାୟ ହୋଇଥିଲେ ଡବଲ ଇଞ୍ଜିନ ସରକାର ବାହାବା ନେଇଥାନ୍ତା । ଓଡ଼ିଶା ସରକାରଙ୍କ ପାଖରେ ଅର୍ଥ ଅଭାବ ପାଇଁ ଚାରି ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇପାରୁନାହିଁ । ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ହାହାକାର ଦେଖାଦେଇଛି । ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଉଛି । ୨୦୧୪-୧୫ରେ ଖଣି ସଂଶୋଧନ ବିଲ୍ ଆଣିବା ପରେ ଓଡ଼ିଶାରେ ୫ ହଜାର କୋଟି ରାଜସ୍ୱ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସରକାରୀ ଦଳ କହୁଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହା ଉପରେ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଝାଡ଼ଖଣ୍ଡରେ ୨୦୧୪-୧୫ ମସିହାରେ ୩ ହଜାର କୋଟିରୁ ୨୦୨୩-୨୪କୁ ୬ ହଜାର କୋଟି ଛୁଇଁଥିଲା । ୨୦୧୪-୧୫ରେ ଛତିଶଗଡ଼ ସରକାର ୩ ହଜାର ୫ ଶହ କୋଟିରୁ ବଢ଼ି ୧୩ ହଜାର କୋଟି ହୋଇଛି । ମହାରାଷ୍ଟ୍ରରେ ୧୯୦୦ କୋଟିରୁ ବଢ଼ି ୬୯୦୦ କୋଟି ଛୁଇଁଛି । ଗୁଜୁରାଟରେ ୨୦୧୪-୧୫ରେ ୪ହଜାର ୨୦ କୋଟି ଟଙ୍କା ରାଜସ୍ୱ ଆସୁଥିଲା । ୨୦୨୩-୨୪ରେ ୫ ହଜାର ୮ ଶହ ଟଙ୍କା ଛୁଇଁଥିଲା । ଗୁଜୁରାଟ୍ ମଡେଲ୍ ସରକାର ରାଜସ୍ୱ ଆଦାୟ କ୍ଷେତ୍ରରେ ଆଗେଇଲେ ନାହିଁ କାହିଁକି ।

ଯେଉଁ ରାଜ୍ୟ ଖଣି କ୍ଷେତ୍ରରେ ସଂସ୍କାର ଆଣି ପାରିଥିଲେ, କେବଳ ସେଠି ରାଜସ୍ୱ ଅବିବୃଦ୍ଧି ଘଟିଥିଲା । ଓଡ଼ିଶା ତାହାର ଉଦାହରଣ ବୋଲି ନୟାଗଡ଼ ବିଧାୟକ କହିଛନ୍ତି । ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗକୁ ନେଇ ବିଧାୟକ ଅରୁଣ ୧୦ଟି ପ୍ରଶ୍ନ ପଚାରିଛନ୍ତି । ରାଜ୍ୟର ଲୋକସଭାରେ ୨୦ ଏମ୍‌ପି, ରାଜ୍ୟ ସଭାରେ ୫ ଏମ୍‌ପି କାହିଁକି ପାଟି ଖୋଲୁ ନାହାନ୍ତି । ଏମ୍‌ଏମଡିଆର୍ ବିଲ୍ କାହିଁକି ଆଲୋଚନା ନହୋଇ ୫ ମିନିଟ୍‌ରେ ପାସ କାହିଁକି ହେଲା । ତରବରିଆ ଭାବେ ଏହି ବିଲ୍ ପାସ୍ କରାଗଲା । କେଉଁ ଖଣିପତି, ଆରବପତି, କେଉଁ ବେପାରୀଙ୍କ ପାଇଁ ଏହା କରଗଲା । ଏହା କେଉଁ ଗଣତାନ୍ତ୍ରିତ ବିଧି ବ୍ୟବସ୍ଥା ।

ଓଡ଼ିଶା ୯୦ ପ୍ରତିଶତ ପାଇବା କଥା ବିଲ୍‌ର କେଉଁଠି ଲେଖାଯାଇଛି । ଓଡ଼ିଶାର ଖଣି ନୀତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିବା ବେଳେ ରାଜ୍ୟ ଇଞ୍ଜିନ କାହିଁକି ବିରୋଧ କରୁଛି । ବିଜେପି ପାର୍ଟିକୁ ଚାନ୍ଦା ଆସିବା ପାଇଁ ତରବରିଆ ବିଲ୍ ପାସ୍ କରାଯିବା, ପାର୍ଟିର ସ୍ୱାର୍ଥ ନାଁ ମାଟିର ସ୍ୱାର୍ଥ । ଜମିର ମାଲିକ ରାଜ୍ୟ ସରକାର ହୋଇଥିବା ବେଳେ ଖଣି ଓ ଖଣିଜ ଜମି ଗୁଡ଼ିକୁ କେନ୍ଦ୍ର ସରକାର ନିଜ ନାଁକୁ ନେଇ ଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି ।

ରାଜ୍ୟ ସରକାର ଟିକସ ଆଦାୟ କରି କେନ୍ଦ୍ରକୁ ଦିଆଯିବା କଥା, ଏଥିରେ ତଥା ଖଣି ଖାଦାନାରେ କାହିଁକି କେନ୍ଦ୍ର ଟିକସ ଆଦାୟ କରି ରାଜ୍ୟକୁ ଦେବେ ବୋଲି ଆମେ ପ୍ରଶ୍ନ ରଖୁଛି । ବିଲକୁ ସାର୍ବଜନୀନ କର, କେତୋଟି ଖଣି ଅଛି, କେଉଁ ଖଣି କିଏ ନେଇଛନ୍ତି, ଖଣିପତିମାନେ କେତେ ଉତ୍ତୋଳନ କରିଛନ୍ତି । ଖଣି ଖୋଳିକୁ କେତେ ଖୋଳ କରିଛନ୍ତି, ତାହା ସାର୍ବଜନୀନ କର ବୋଲି କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ

August 30, 2026
କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ

August 30, 2026
ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ

ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ

August 30, 2026
ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ

ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ

August 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ – ଅରୁଣ

August 30, 2026
କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ

August 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version