No Result
View All Result
କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀ ଶ୍ରୀକ୍ଷେତ୍ର ସ୍ଥିତ ଅନ୍ନପୂର୍ଣା ପ୍ରେକ୍ଷାଳୟ ଠାରେ ଓଡିଶାର ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଙ୍ଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ୱ ୨୦୨୬ , ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀ ସୁନ୍ଦରଦାସ ମଠର ମହନ୍ତ ପର୍ଶୁରାମ ଦାସଜୀ ମହାରାଜ ଏହାକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହାକୁମ୍ଵ,୨୦୨୬ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ପୁରୀ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ଦାଶ,

ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଜେପିର ସାଂସ୍କୃତିକ ପ୍ରକୋଷ୍ଟ ସହ ସଂଯୋଜକ କୃତିବାସ ରଥ, ଏବଂ ସମ୍ମାନୀତ ଅତିଥିଭାବେ ହାଇକୋର୍ଟର ବରିଷ୍ଠ ଆଇନଜୀବି ସୁମନ୍ତ କୁମାର ସ୍ବାଇଁ, ବିଶିଷ୍ଟ ନାଟ୍ୟକାର ଜଗନ୍ନାଥ ବେହେରା, ଶିକ୍ଷାବିତ ଅଶୋକ କୁମାର ରାୟ, ଉପଦେଷ୍ଟା ଦେବଦତ୍ତ ବେଉରା, ସମାଜ ସେବୀ ଲାଲା ମନୋରଂଜନ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଵିନୋଦ କୁମାର ଭୋଇ, ମହାକୁମ୍ୱର ଅଧ୍ୟକ୍ଷ ହର ପ୍ରସାଦ ଜେନା, ଉପ ସଭାପତି ବିବେକାନନ୍ଦ ବେଉରା, ପ୍ରାଚୀ ଗବେଷକ ହଂସ ନାଥ ସାହୁ,

ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନି କୁମାର ମହାପାତ୍ର, ବିଭୁତି ଭୁଷଣ ବେହେରା, ପ୍ରମୁଖ ଯୋଗ ଦେଇ ରାଜ୍ୟରେ ଅବହେଳିତ ଭାବେ ଥିବା କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ତୁରନ୍ତ ପେନସନ, ବିମା, କଳାକାରଙ୍କ ଲାଗି ଗୃହ, ନିର୍ମାଣ, ଯୋଗାଇ ଦେବାକୁ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଥିଲେ ।। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ପାତ୍ର, କଟକ ଜିଲ୍ଲାର ରାଘବ ଚନ୍ଦ୍ର ବେହେରା, ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର,

ଯାଜପୁର ଜିଲ୍ଲା ସଭାପତି,ମିତାଞ୍ଜଳି ବେହୁରା, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ଯାଦୁକର ବିଧୁଭୂଷଣ ନାୟକ, ରାଜ୍ୟ ଆବାହକ ଚନ୍ଦ୍ର ଶେଖର ସାମଲ, ମହାସଂଘର ସ୍ଵତନ୍ତ୍ର ସଂପାଦକ ସୁଧାକର ଦାସ, କଟକ ଜିଲ୍ଲାର ମାଗୁଣି ଚରଣ ରାଉତ, ରସ୍ମିକାନ୍ତ ସ୍ଵାଇଁ, ପଶ୍ଚିମାଞ୍ଚଳର ମୁଖ୍ୟ ବାସୁଦେବ ପଧାନ, ଅମିଲ ପୁଟେଲ, ଗୋଲାପ ଜେନା, ପୂର୍ବାଞ୍ଚଳର ମୁଖ୍ୟ ଅଭିମନ୍ୟୁ ବେହେରା,କଟକ ମହାନଗର ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ,ସଂପାଦକ ସୋମନାଥ ଦାସ, କେନ୍ଦୁଝର ଜିଲ୍ଲାର ପୁଷ୍ପା ପାତ୍ର,

ମାଲକାନଗିରି ଜିଲ୍ଲା ସଭାପତି ଧନୁର୍ଜୟ ହନ୍ତାଳ, ବାଲେଶ୍ଵର ଜିଲ୍ଲା ସଭାପତି ଲକ୍ଷ୍ମୀଧର ଖଟୁଆ, ଶରତ ଦାସ, ବିଜୟ ମହାନ୍ତି, କୃଷ୍ଣ ପଲେଇ,କ୍ଷେଣପ୍ରଭା ମହାନ୍ତି, ରଞ୍ଜନ ବେହେରା, ମିନା କୁମାରୀ ପ୍ରଧାନ, ଡାକ୍ତର ଗୌତମ କୁମାର ଦାସ,ପ୍ରମୁଖ ଯୋଗଦେଇ ଅବହେଳିତ କଳାକାରଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଥିଲେ । ଏହି ମହାକୁମ୍ୱ କାର୍ଯ୍ୟକ୍ରମରେ ବଲାଙ୍ଗୀର , ମୟୂରଭଞ୍ଜ, ସମ୍ବଲପୁର,

ବାଲେଶ୍ଵର,କୋରାପୁଟ,ନବରଙ୍ଗପୁର, ବରଗଡ, ଯାଜପୁର,କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ, ଭଦ୍ରକ ଜିଲ୍ଲାରେ, ଜଗତସିଂପୁର, ଆଠଗଡ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ କଳାକାରମାନେଏହି କଳାକାର ମହାକୁମ୍ଵରେ ଯୋଗ ଦେଇ ବିଭିନ୍ନ କଳା ପରିବେଷଣ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତିତୋ ଅର୍ଜନ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ଉପଢୋକନ, ମାନପତ୍ର, ଟ୍ରଫି, ଉତ୍ତରୀୟ ପ୍ରଦାନ କରି ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା।

No Result
View All Result