• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚା ଖଟିର ଅନୁଭୂତି – ଶ୍ରୀ ବିଜୟ କୁମାର ଜେନା

Proprietor Abhimanyu Maharana by Proprietor Abhimanyu Maharana
January 6, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଚା ଖଟିର ଅନୁଭୂତି – ଶ୍ରୀ ବିଜୟ କୁମାର ଜେନା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଜାନୁଆରୀ ମଙ୍ଗଳବାର ) ରଣପୁର :- ପ୍ରତ୍ୟେକ ଦିନର ପ୍ରାତଃ ଭ୍ରମଣର ସ୍ୱାଦ ଆଜି କାହିଁକି ଟିକେ ନିଆରା ଲାଗିଲା । ଜାନୁୟାରୀ ୦୧ ତାରିଖ, ନୂତନ ବର୍ଷ ୨୦୨୧ ବୋଲି ନା ଆଉ କଣ? ଦୁଇଜଣ ବନ୍ଧୁ ନିକଟସ୍ଥ ଏକ ଚା ଖଟିରେ କଥା ହେଉଥିଲେ ହଠାତ୍ ମୋର ଉପସ୍ଥିତି ଦେଖି ଚୁପ୍ ହୋଇଗଲେ । ଖଟିର ପରିବେଶ ଆଜି ବଡ ସ୍ୱତନ୍ତ୍ର ଥିଲା । ଏଇଥି ପାଇଁ ଯେ ପୂର୍ବ ରାତିରେ ପୋଲିସ ଗାଡି ଦ୍ୱାରା ପ୍ରଚାର କରାଯାଇଥିଲା – ଆମ ଇଲାକା ଅର୍ଥାତ୍ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ବଣଭୋଜିରସ୍ଥଳ, ମା ମଣିନାଗପୀଠ ଇତ୍ୟାଦିରେ ଲୋକଭିଡ ନ ହେବାର କଟକଣା, ଡାଲି ଚାଉଳ ଦୋକାନ, ମଦଦୋକାନ ଖୋଲିବା ଓ ବନ୍ଦହେବାର ନିର୍ଦ୍ଦିଷ୍ଟ ସମୟ, ବହୁ ଜନ ସମାଗମ ନ ହେବାର ନିର୍ଦ୍ଦେଶ ଏବଂ ଆହୁରି ଅନେକ ପ୍ରତିବନ୍ଧକ ଓ ପ୍ରତିକୂଳତା ଯେପରି କରୋନା ଭୂତାଣକୁ ସଂକ୍ରମିତ ନ ହେବା ନିମନ୍ତେ ଯେଉଁ ସବୁ ପଦକ୍ଷେପ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରଶାସନ ଅନୁପାଳନ କରି ଲୋକଙ୍କୁ ସତର୍କ କରାଇପାରିବ, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ ଓ ଏଥିରେ ଜନ ସାଧାରଣ ଅକୁଣ୍ଠ ଚିତ୍ତରେ ସମର୍ଥନ କରିବା ଉଚିତ୍ – ଏହି ପ୍ରସଙ୍ଗ ହିଁ ଖଟିରେ ସମସ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କର ଆଲୋଚ୍ୟ ବିଷୟ ଥିଲା ବୋଧ ହୁଏ । ଆଜିର ଆଲୋଚନା ଅତ୍ୟନ୍ତ ଗଠନମୂଳକ ଥିଲା ।

ଚା ଖଟିରୁ କପେ ଚା ପିଇ ମୁଁ କ୍ରମଶଃ ମୋର ସ୍ୱାଭାବିକ ଭାବେ ଆଗକୁ ପାଦ ବଢାଇଲି । ସଙ୍କଟ ମୋଚନ ହନୁମାନ ମନ୍ଦିର, ବାବା ଆଖଣ୍ଡଳମଣି ମନ୍ଦିର ଅତିକ୍ରମ କରି ତଳ ମଣିନାଗ ଅର୍ଥାତ୍ ତଳ ମଣିନାଗର ପାଦ ଦେଶରେ ପ୍ରବେଶ ମାତ୍ରକେ ବଡ ଶୂନଶାନ, ନିଛାଟିଆ, ନିଛାଟିଆ ଭଳି ଲାଗିଲା । କୁହୁଡି ଭିଜା ସକାଳ, ରାସ୍ତାଘାଟ ସେତେ ସ୍ପଷ୍ଟ ଦିଶୁ ନ ଥିଲା, କାଁ ଭାଁ ଯାନବାହାନ ଗୁଡିକର ଶଦ୍ଦ, ଶାନ୍ତ ଶୀତଳ କୁହୁଡିଭିଜା ସକାଳର ନୀରବତା ଭଙ୍ଗ କରୁଥିଲେ ଯାହା । ଉପର ମଣିନାଗର ରାସ୍ତା ଉପରେ କିଛି ପଥ ଯାଇ ରଣପୁର ଛୋଟ ସହରକୁ ଏହି ସମୟରେ ମନଭରି କାହିଁକି ଟିକେ ଦେଖିବାକୁ ଇଛା ହେଲା । ଅତୀବ ଚମତ୍କାର ମନେ ହେଲା । ଶାନ୍ତ ସରଳ ଭାବେ ସହରଟି ଏଇ ଅଳ୍ପ ସମୟ ହେଲା ଚଳଚଞ୍ଚଳ ହେବାକୁ ଯାଉଛି । ବିହଙ୍ଗମ ଗଣ ମୈନାକ ଶିଖର ସ୍ପର୍ଶ କରି ଖାଦ୍ୟ ଅନ୍ୱେଷଣରେ ବାହାରି ଗଲେଣି, ନୂଆ ଜଗନ୍ନାଥ ସଡକ ସର୍ପିଳ ଗତିରେ ଯାତ୍ରୀମାନଙ୍କୁ ଆମୋଦିତ କରୁଛି, ସାଗର ଓ ବଧି ପୁଷ୍କରିଣୀର ଶୋଭ଼ା ମୁଗ୍ଧକର ମନେ ହେଉଛି, ଶ୍ରୀ ଜଗନ୍ନାଥ ଓ ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିରର ନେତ ସ୍ପଷ୍ଟ ବାରି ହୋଇପଡୁଛି, ବଡ ମଠର ଘଣ୍ଟଧ୍ୱନି, ଚୈତନ୍ୟ ମଠର ଆବାହନୀ ସଂଗୀତ କର୍ଣ୍ଣଗୋଚର ହେଉଛି, ମା ମଣିନାଗ ମନ୍ଦିରର ସକାଳର ଆଳତୀ ଘଣ୍ଟର ନିନାଦ ପ୍ରକମ୍ପିତ ହେଉଛି, ଦିନ ମଜୁରିଆ ଦଳ ଦଳ ହୋଇ ପଥକ୍ଳେଶ ଭୁଲି ପାହାଡ ଉପରକୁ ଚଢି କାଷ୍ଠ ସଂଗ୍ରହରେ ମଜ୍ଜି ଯିବାର ଦୃଶ୍ୟ ପରିଲକ୍ଷିତ ହେଲାଣି ।

ମୋଟାମୋଟି ଭାବେ ସକାଳର ଅଫୁରନ୍ତ ଆନନ୍ଦ ନେଇ ଯେ ଯାହା ବାଟେ ପେଟପାଟଣା ଚିନ୍ତାରେ ସଜବାଜ ହୋଇଗଲେଣି । ବୋଧହୁଏ ମନେ ହେଲା ମୋ ସହରର ଜନତା ପରିବେଶକୁ ସମ୍ମାନ ଦେଇ ଗତ ରାତିର ଘୋଷଣାକୁ ମାନିଛନ୍ତି । ପୁଣି ମୋର ଫେରିବା ରାସ୍ତାରେ ବ୍ଲକ ଅଭିମୁଖେ ପଦଚାଳନ କଲି । ରାସ୍ତାର ଦୁଇ କଡେ ବୃକ୍ଷ ସଂପଦ ସଂଗକୁ ମଣିଷର ବାସଗୃହ ସତେ ଯେପରି ବୃକ୍ଷକୁ ଛାଡି ମଣିଷ ସମାଜ ବଞ୍ଚି ପାରିବ ନାହିଁ । ଗ୍ରାମ ଜଙ୍ଗଲର ପରିବେଶ ଆହୁରି ମନକୁ ଛୁଇଁଯାଏ । ସେଇଥି ପାଇଁ ତ ଏ ଅଞ୍ଚଳରେ ଭୂମିକମ୍ପ ନାହିଁ, ପରିବେଶରେ ଜଟିଳତା ନାହିଁ, ଜଳ କଷ୍ଟର ଭୟ ବି ନାହିଁ । କେବଳ ଯାହା ଟିକେ ସଚେତନତାର ଆବଶ୍ୟକ ପଡୁଛି । ଯଦିଓ ବିଜ୍ଞାପିତ ଅଞ୍ଚଳ ପରିଷଦ- ଆମ ସହରକୁ ସବୁଜ, ସତେଜ, ସୁନ୍ଦର ଓ ନିର୍ମଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି ତଥାପି ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଲୋଡୁଛି । ସୁତରାଂ ସରକାରୀ ଉଦ୍ୟୋଗ ସହିତ ଆମ ସମସ୍ତଙ୍କର ବେସରକାରୀ ଉଦ୍ୟୋଗର ମିଳନ ଘଟିଲେ ବୋଧ ହୁଏ ଆମର ଏହି କ୍ଷୁଦ୍ର ସହର ସବୁଜିମାରେ ହସି ଉଠିବ ।

ଇଶ୍ୱର ଆମକୁ କଣ ନ ଦେଇଛନ୍ତି? ଏକ ସୁନ୍ଦର ପାହାଡ- ମଣିନାଗ ପାହାଡ, କଳକଳ ନିନାଦିତ ଏକ ନଦୀ- ମନ୍ଦାକିନୀକୁ ଆମର ସେବା ପାଇଁ ପ୍ରଭୁ ସମର୍ପିତ କରିଛନ୍ତି । ଆହୁରି ଆମ ପ୍ରତି ଠାକୁରଙ୍କ ବଡ ଦାନ ହେଉଛି- ପ୍ରାୟତଃ ୨୨କି.ମିରୁ ଉର୍ଦ୍ଧ ଏକ ସୁରମ୍ୟ ଜଙ୍ଗଲ, ଯାହାର ମଧ୍ୟସ୍ଥଳରେ ମା ଖିଲାମୁଣ୍ଡା ବିରାଜମାନ କରିଛନ୍ତି । ଧାନୀ, ଗଡଣିଆ ଏଇ ଭଳି ଅନେକ ଛୋଟ ବଡ ପାହାଡ ପର୍ବତ ଘେରା ଆମ ଅଞ୍ଚଳ । ଭେଟବରବନ୍ଧ-ଏହି କେନାଲ ଦ୍ୱାରା ତ ବହୁ ଚାଷୀ ଭାଇ ଉପକୃତ ହେଉ ନାହାଁନ୍ତି କି? ଆମ ସାହିତ୍ୟ, ସଂସ୍କୃତି, ରାସ, ରଥଯାତ୍ରା, ପଞ୍ଚୁଦୋଳ, ଦଣ୍ଡନାଚ, ଆମ ପରମ୍ପରା କେତେ ଯେ ସମୃଦ୍ଧ ଯାହା ଆମ ଅଞ୍ଚଳ ଜନସାଧାରଣ ବର୍ଷ ତମାମ ଉପଭୋଗ କରୁଛନ୍ତି । ଏହାଠୁ ଆଉ କେମିକିତା ଜୀବନ ଚାହାଁନ୍ତି ଆପଣ ? ତେବେ ଆସନ୍ତୁ….. । ଆଜିର ଚା ଖଟିରେ ଯେଉଁ ଆଲୋଚନା ଶୁଣି ମୁଁ ଉତ୍‌ଫୁଲ୍ଲିତ ହୋଇଛି, ଆପଣ ମାନେ ଏହା ଠାରୁ ବହୁ ଗୁଣରେ ଉତ୍ସାହିତ ହୋଇ ରଣପୁରର ସର୍ବାଙ୍ଗୀନ ଉନ୍ନତିରେ ହାତକୁ ହାତ ମିଳାଇବା, ତେବେ ଯାଇ ସମସ୍ତେ କହିବେ – “ଆମେ ରଣପୁରିଆ, ଭାରି ବଢିଆ” ।

(ଶ୍ରୀ ବିଜୟ କୁମାର ଜେନା ,ଅବସର ପ୍ରାପ୍ତ ପ୍ରାଧ୍ୟାପକ ,ଶାମୁକାସାହି, ରଣପୁର,ଜି- ନୟାଗଡ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version