ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁନି କୁକୁର ମାଙ୍କଡ କାମୁଡା ଇଞ୍ଜେକ୍ସନ, ବାହାରୁ ଚଢା ଦରରେ ଇଞ୍ଜେକ୍ସନ କିଣି ରୋଗୀ ଶୋଷଣର ଶିକାର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ପାଳି ରେ ଚାଲିଛି ମୁଖ୍ୟ ଡାକ୍ତରଖାନା, ମାହାଙ୍ଗା
କଟକ ଜିଲ୍ଲା, ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 24/01/20 :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ମଳୁନି କୁକୁର ମାଙ୍କଡ କାମୁଡା ଇଞ୍ଜେକ୍ସନ, ଦୀର୍ଘ ଏକ ବର୍ଷ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା କୁକୁର କାମୁଡା ଇଞ୍ଜେକ୍ସନ ଉପଲବ୍ଧ ହୋଇପାରୁନାହିଁ, ବର୍ଷକ ମଧ୍ୟରେ କେବଳ ୧00 ଭାଏଲ ଇଞ୍ଜେକ୍ସନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲା, ଏହା କେବଳ ଗଣମାଧ୍ୟମ ଚାପରେ, ବାରମ୍ବାର ସମ୍ବାଦ ପତ୍ର ରେ ଖବର ପ୍ରକାଶ ପରେ ମାତ୍ର ଏତିକି ଇଞ୍ଜେକ୍ସନ କଟକ ମୁଖ୍ୟ ଚିକିତ୍ସାଲୟ ଅଧିକାରୀ ଯୋଗାଇଦେଇଥିଲେ, ଯାହା ସମୁଦ୍ରକୁ ଶଙ୍ଖେ ଭଳି, ଏବେ ବାହାର ଓଷଧ ଦୋକାନ ମାନଙ୍କରେ ଏହି ଆଣ୍ଟି ରା଼ଭିସ ଇଞ୍ଜେକ୍ସନ ବ୍ୟାପକ ମାତ୍ରାରେ ଚଢା ଦରରେ ବିକ୍ରି କରାଯାଉଛି, ମେଡିକାଲରେ ମିଳୁନଥିବାରୁ କୁକୁର କାମୁଡା ରୋଗୀମାନେ ବାଧ୍ୟହୋଇ ଚଢା ଦର ରେ ମେଡିସିନ କିଣି ଶୋଷଣର ଶିକାର ହେଉଛନ୍ତି, ଯାହାକୁ ଜାଣି ମେଡିକାଲ କତୃପକ୍ଷ ଆଖିବୁଜିଦେଇଛନ୍ତି, ଏଠି ନେଇ ମେଡିକାଲ ଅଧିକାରୀଙ୍କୁ ପଚାରିଲେ ଉପରୁ ଇଞ୍ଜେକ୍ସନ ଆସୁନି ଆମେ ଇଞ୍ଜେକ୍ସନ ଯୋଗାଇଦେବାକୁ ଲେଖିଛୁ କହି ନିଜ ଦୋଷ ଛାଡାଇ ଦେଉଛନ୍ତି, ଏହି ବ୍ଲକ ଚାରିପଟରେ ଡେରାବିଶ, ବଡ଼ଚଣା, ସାଲେପୁର,ନିଶ୍ଚନ୍ତ କୋଇଲି ଅବସ୍ଥିତ, ଏହିସବୁ ବ୍ଲକର କୁକୁର ମାଙ୍କଡ କାମୁଡା ରୋଗୀମାନେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଇଞ୍ଜେକ୍ସନ ପାଇଁ ନିର୍ଭର କରିଥାନ୍ତି, କେଉଁ କାଳରୁ କୁକୁର କାମୁଡା ରୋଗୀମାନେ ଏଠାକୁ ଆସି ଚିଖିଶ୍ଚିତ ହୋଇଥାନ୍ତି, କିନ୍ତୁ ଏବେ ପ୍ରତିଦିନ ବ୍ଲକ ଓ ବ୍ଲକ ବାହାର ର ରୋଗୀ ମାନେ ଆସି କୁକୁରକାମୁଡା ଇଞ୍ଜେକ୍ସନ ନପାଇ ନିରାଶ ହୋଇ ଫେରୁଛନ୍ତି, ଆଗରୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ଠାରୁ ଆରମ୍ଭକରି ଅନ୍ୟାନ୍ୟ ସରକାରୀ ମାଗଣା ଔଷଧ ସବୁବେଳେ ଉପଲବ୍ଧ ହେଉଥିଲା କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଅନ୍ୟ ବିଭାଗ ଦାଇତ୍ୱ ନେବା ପରେ ମାହାଙ୍ଗା ମେଡିକାଲ ଅବସ୍ଥା ଏବେ ପୂର୍ବ ଭଳି ନାଇଁ, କେତେବେଳେ ନିରାମୟ ଯୋଜନାର ବହୁ ମାଗଣା ମେଡିସିନେ ସରିଗଲାଣି ତ ଆଉ କୋଉ ମାଗଣା ଔଷଧ ଅଭାବ ପରିଲକ୍ଷିତ ହେଉଛି, ମେଡିକାଲ ରେ ଯେତିକି ସଂଖ୍ୟକ ଡାକ୍ତର ରହିବା କଥା ସେତିକି ବି ନାହାନ୍ତି, ସର୍ବୋପରି କହିବାକୁ ଗଲେ ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଷେ ହେବ ଅବହେଳିତ ଅବସ୍ଥାରେ ରହିଛି, ସ୍ୱାସ୍ଥ୍ୟ ବିଭାଗ କି ସ୍ଥାନୀୟ ମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଦୃଷ୍ଟି ପଡୁନାଇଁ ରୋଗୀମାନେ ନାଇଁ ନଥିବା ହିନସ୍ଥା ଭୋଗ କରୁଛନ୍ତି, ମାହାଙ୍ଗା ର କେତେ ଜଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପାଳିକରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚଳାଉଛନ୍ତି, ମାହାଙ୍ଗା ଭଳି ସମ୍ବେଦନଶୀଳ ଅଂଚଳରେ ମୁଖ୍ୟ ଡାକ୍ତରଖାନରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନରହିବା ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରିବା ପଣିଆକୁ ନେଇ ମାହାଙ୍ଗା ଅଂଚଳରେ ଚର୍ଚ୍ଚା ହେଉଛି, ଯଦି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନା ଦିଅନ୍ତି ତେବେ ମାହାଙ୍ଗାର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଆସନ୍ତା ଦିନରେ ଏହି ସମସ୍ୟାକୁ ନେଇ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ସୂଚନା ଦେଇଛନ୍ତି, – ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ