No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଡିସେମ୍ବର ଶନିବାର ) ଓଡ଼ଗାଁ :- ସୁନାମୁହିଁ ପଞ୍ଚାୟତରେ ଥିବା ଓଁଶାନ୍ତି ପୀଠର ପ୍ରବକ୍ତାଙ୍କ ଜାତିଆଣ ବକ୍ତବ୍ୟକୁ ନେଇ ବ୍ରାହ୍ମଣସମାଜ ମଧ୍ୟରେ ଗତକାଲିଠାରୁ ଲାଗି ରହିଥିଲା ବିବାଦ । ହେଲେ ଆଜି ସୁନାମୁହିଁରେ ଥିବା ଶୈବପୀଠ ପରିସରରେ ଓଡ଼ଗାଁ ପୋଲିସ ଉପସ୍ଥିତିରେ ଉଭୟପକ୍ଷ ଓ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାହୁଙ୍କ ସମେତ ଗ୍ରାମବାସୀ ଏକ ବୈଠକବସି ସମାଧାନ କରାଯାଇଥିବା ସୂଚନା ମିଳିଛି ।
ବ୍ରାହ୍ମଣସମାଜ ଓଡ଼ଗାଁ ମଣ୍ଡଳର ସଭାପତି ପଣ୍ଡିତ-ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ବିବାଦୀୟ ପ୍ରବକ୍ତା ନିଜର ଦୋଷ ସ୍ୱୀକାର କରିବା ସହିତ ତୁରନ୍ତ ଉକ୍ତ ଆଶ୍ରମ ଛାଡ଼ି ଅନ୍ୟ ଆଶ୍ରମକୁ ଚାଲିଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଶ୍ରମରେ ଡାକବାଜି ଯନ୍ତ୍ର ବାଜିବ ନାହିଁ ଓ ଗ୍ରାମରେ ପ୍ରଜାପିତା ବ୍ରହ୍ମକୁମାରୀ ପ୍ରଚାର ମଧ୍ୟ କରିବେ ନାହିଁ ବୋଲି ନିଷ୍ପତି ହୋଇଥିବା ସୂଚନା ମିଳିଛି ।ଉକ୍ତ ନିଷ୍ପତିପାଇଁ ଓଡ଼ଗାଁ ପୋଲିସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଯିବି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result